IBN ଓଡ଼ିଶା ବ୍ୟୁରୋ

ଗୁଜୁରାଟର ୧୦ ହୋଟେଲକୁ ବୋମା ଧମକ

ନୂଆଦିଲ୍ଲୀ, ୨୭/୧୦ : ଗୁଜୁରାଟରରେ ୧୦ଟି ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି। ଏହି ହୋଟେଲ ଗୁଡିକରେ ଇମ୍ପେରିଆଲ ପ୍ୟାଲେସ, ଗ୍ରାଣ୍ଡ ରେଜେନ୍ସି, ହୋଟେଲ ସାୟାଜୀ, ହୋଟେଲ ସିଜନ ଆଦି ରହିଛନ୍ତି୲ ଏହି ସମସ୍ତ ହୋଟେଲରେ ଯାଞ୍ଚ କଡାକଡି କରାଯାଇଥିବା ବେଳେ ବୋମା ସ୍କ୍ବାଡ୍ ଏବଂ ସନ୍ଧାନୀ କୁକୁରଙ୍କୁ ଦ୍ୱାରା ଅନୁସନ୍ଧାନ କରାଯାଉଛି।

ଧମକ ଦିଆଯାଇଥିବା ହୋଟେଲ ମଧ୍ୟରେ କାଭେରୀ ଭାବା ମଧ୍ୟ ସାମିଲ ରହିଛି। ଇମେଲ ମାଧ୍ୟମରେ ଏହି ସମସ୍ତ ହୋଟେଲକୁ ବୋମା ଧମକ ଦିଆଯାଇଛି।ହୋଟେଲରେ ସର୍ଚ୍ଚ ଅପରେସନ୍ ଶେଷ ହୋଇଥିବାବେଳେ ସେପରି କିଛି ସନ୍ଦେହଜନକ ତଥ୍ଯ ମିଳିନାହିଁ। ବର୍ତ୍ତମାନ ପାର୍ବଣ ସମୟରେ ଏପ୍ରକାର ଖବର ସାମ୍ନାକୁ ଆସିବା ପରେ ହୋଟେଲର କର୍ତୃପକ୍ଷଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। କ୍ରାଇମ ବ୍ରାଞ୍ଚ ବ୍ୟତୀତ ଏସଓଜି, ଏଲସିବି ଟିମ୍ ମଧ୍ୟ ଏହି ମାମଲାର ତଦନ୍ତ କରୁଛନ୍ତି। ଭୟର ବାତାବରଣ ସୃଷ୍ଟି କରିବାକୁ କେହି ହୁଏତ ଜାଣିଶୁଣି ଅପପ୍ରଚାର କରିଥିବା ପୋଲିସ ସନ୍ଦେହ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button