ମନୋରଞ୍ଜନ

ସେପ୍ଟେମ୍ବର ମାସର ଏହି ତାରିଖରେ ବିବାହ କରିବେ ପରିଣୀତି-ରାଘବ – Ibnodisha

[ad_1]

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ, ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନରେ ବିବାହ କରିବେ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ନିଉଜ ୧୮ ମୁତାବକ, ପରିଣୀତିଙ୍କ ବିବାହ ପାଇଁ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅଭିନେତ୍ରୀଙ୍କ ଟିମ୍ ଏବେ ସବୁ କାମ ବିବାହ ପୂର୍ବରୁ ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି। ପରିଣୀତି ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ତାଙ୍କ ସହ ଜଡ଼ିତ ବିଷେଶ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଛି।କୁହାଯାଉଛି ଯେ, ବିବାହ ରାଜସ୍ଥାନରେ ହେବା ସହ ବିବାହ ଭୋଜି ଗୁରୁଗ୍ରାମରେ ହେବ। ଏଥିପାଇଁ ଉଭୟଙ୍କ ମାତାପିତା ଗୁରୁଗ୍ରାମର ଏକ ହୋଟେଲକୁ ଯାଇ ଫୁଡ୍ ଟେଷ୍ଟିଂ କରିସାରିଛନ୍ତି। ପ୍ରିୟଙ୍କା-ନିକ୍ ଜୋନସ ଜୋଧପୁରରେ ଥିବା ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିବା ବେଳେ ପରିଣୀତି ମଧ୍ୟ ସେଠାରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button