IBN ଓଡ଼ିଶା ବ୍ୟୁରୋ

ଏହି ମହିଳାଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେବେ ଆସନ୍ତୁ ଜାଣିବା।

ଆମର ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଦେବୀଙ୍କ ରୂପରେ ଦେଖାଯାଇଥାଏ। ମହିଳା ମାନଙ୍କୁ ମା ଲକ୍ଷ୍ମୀ, ମା ସ୍ୱରସ୍ୱତୀ, ମା ପାର୍ବତୀଙ୍କ ରୂପରେ ମାନାଯାଇଥାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କ ସ୍ତ୍ରୀ ହିଁ ହୋଇଥାନ୍ତି। ପୁରୁଷର ଜୀବନର ଉନ୍ନତିର କାରଣ ତାଙ୍କର ସ୍ତ୍ରୀଙ୍କୁ ହିଁ ମାନା ଯାଇଥାଏ। ଗରୁଡ଼ ପୁରାଣରେ ଶ୍ରେଷ୍ଠ ସ୍ତ୍ରୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁ ମହିଳାଙ୍କ ଭିତରେ ଏହି ୭ ଟି ଲକ୍ଷଣ ରହିଥାଏ ସେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। ଏମିତି ମହିଳାଙ୍କ ପାଦ ଯେଉଁ ଘରେ ପ୍ରବେଶ କରିଥାଏ ସେହି ଘରେ ସବୁ ଦୁଃଖର ନାଶ ହୋଇଯାଏ। ଏହିପରି ମହିଳା ଘରକୁ ପ୍ରବେଶ କରିବା ମାତ୍ରେ ସେହି ଘରୁ ସବୁ ନକରାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ସବୁ ନଷ୍ଟ ହୋଇଯାଇଥାଏ। ଏବଂ ଘରେ ସୁଖ, ସମୃଦ୍ଧି,ବୈଭବରେ ଭରି ଯାଇଥାଏ। ସେହି ଘରେ ରହିଥିବା ଲୋକଙ୍କ ଶୋଇଥିବା ଭାଗ୍ୟ ଚମକି ଉଠେ। ଗରୁଡ଼ ପୁରାଣ ଅନୁସାରେ ମା ଲକ୍ଷ୍ମୀରୂପୀ ଏହି ଭଳି ମହିଳାଙ୍କ ଆଗମନରେ ସକାରାତ୍ମକ ଶକ୍ତିର ସଂଚାର ହୋଇଯାଇଥାଏ। ଏହା ଦେଖାଯାଇଛି ଅତ୍ୟନ୍ତ ଦୁଃଖୀ, ଦରିଦ୍ର,ଅସହାୟ ଏବଂ ମୃ-ତ୍ୟୁର ଦ୍ୱାରରେ ଛିଡା ହୋଇଥିବା ଭିକାରୀକୁ ଲକ୍ଷ୍ମୀରୂପୀ ସ୍ତ୍ରୀକୁ ପାଇ ଚକ୍ରବର୍ତ୍ତୀ ରାଜାର ପଦ ପ୍ରାପ୍ତି କରିନେଇଥାଆନ୍ତି। ଏହା ମହାଲକ୍ଷ୍ମୀଙ୍କ ମାୟା ହୋଇଥାଏ। ନିଜର ପ୍ରିୟ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗରୁଡ଼ ପୁରାଣରେ କୁହାଯାଇଥିବା ଏମିତି ମହିଳାଙ୍କ ଲକ୍ଷଣ ବିଷୟରେ ଯେଉଁମାନଙ୍କର ସ୍ଵର୍ଣ ଲକ୍ଷଣ ତାଙ୍କର ସ୍ୱାମୀ ପରିବାରରେ ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ।ଏମିତି ମହିଳା ତାଙ୍କର ଗୁଣରୁ ହିଁ ଐଶ୍ୱର୍ୟାସାଳିନୀ ହୋଇଥାନ୍ତି। ଆସନ୍ତୁ ଜାଣିନେବା ଲକ୍ଷ୍ମୀରୂପୀ ମହିଳାଙ୍କ ୭ଟି ଲକ୍ଷଣ। ତା ସହିତ କିଛି ମହିଳାଙ୍କ ବିଷୟରେ ଜାଣିବା। ଯେଉଁମାନଙ୍କ କାରଣରୁ ଘରକୁ ଗରିବ ଏବଂ ଦରିଦ୍ରତା ଆସିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ୭ଟି କାମ କରିବା ଉଚିତ ନୁହେଁ।

Google

ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା:-

ଗରୁଡ଼ ପୁରାଣ ଅନୁସାରେ ଯେଉଁ ମହିଳା ବ୍ରହ୍ମ ମୁହୂର୍ତ୍ତରେ ଉଠିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେବି ଶୋଇଥାନ୍ତି ସେମାନେ ପାପ କର୍ମ କରିବା ଭଳି ହୋଇଥାଏ। ସ୍ଵର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସମସ୍ତ ଦେବୀ ଦେବତାଙ୍କ କୃପା ପ୍ରାପ୍ତ କରିଥାନ୍ତି। ଏବଂ ସେମାନଙ୍କର ଏହି ଅଭ୍ୟାସ ଯୋଗୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଦେବ ପୂଜା କରୁଥିବା ମହିଳା:-

ଯେଉଁ ମହିଳା ନିତ୍ୟ କର୍ମ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ଦେବୀ ଦେବତା ମାନଙ୍କର ବିଧି ପୂର୍ବକ ପୂଜା ଅରୋଧନା କରିଥାନ୍ତି ଏବଂ ଆରତୀ କରି ଦୀପ ଧୂପ ଲଗାଇ ଥାନ୍ତି ଏମିତି ମହିଳାଙ୍କ ପାଇଁ ଘରେ ସୁଖ ଶାନ୍ତି ବାସ କରିଥାଏ। ଯେଉଁ ମହିଳା ନିତ୍ୟ ସ୍ନାନ କରନ୍ତି ନାହିଁ, ଦେବ ପୂଜା କରନ୍ତି ନାହିଁ ଏବଂ ଦେବୀ ଦେବତାଙ୍କୁ ମାନନ୍ତି ନାହିଁ ସେମାନଙ୍କୁ ପାପ କରୁଥିବା ମହିଳାଙ୍କ ସମେତ ସମାନ ହୋଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button