IBN ଓଡ଼ିଶା ବ୍ୟୁରୋ

ବାସୀ ମୁହଁରେ ପାଣି ପିଉଛନ୍ତି କି ତେବେ ଏହି ଆର୍ଟିକିଲଟି ନିଶ୍ଚିତ ପଢନ୍ତୁ

ବନ୍ଧୁଗଣ ଆଜି ଆମେ ଏକ ମହତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବା। ଯାହାଦ୍ଵାରା ଆମେ ଜାଣିବା କି ସକାଳେ ବାସି ମୁହଁରେ ପାଣି ପିଇବା ଦ୍ୱାରା ଶରୀରରେ କଣ ହୋଇଥାଏ। ବନ୍ଧୁଗଣ ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ସକାଳେ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ ତାହା ପେଟକୁ ଚାଲି ଯାଇଥାଏ ଏବଂ ଏହା ଆମକୁ ଅନେକ ରୋଗରୁ ବଞ୍ଚେଇ ଥାଏ। ଆମେ ଆପଣଙ୍କୁ ଜଣେଇବାକୁ ଚାହୁଁଛୁ କି ଲାଳ ଆମ ପାଟିରେ ଥିବା ଏପରି ଏକ ତରଳ ପଦାର୍ଥ ଯାହା ଏଣ୍ଟି ସେପ୍ଟିକ ପରି କାମ କରିଥାଏ ଏବଂ ଆମକୁ ଅନେକ ରୋଗରୁ ବଞ୍ଚେଇ ଥାଏ।

ପାଣି ଆପଣଙ୍କ ଚର୍ମରେ ଅନେକ ରୋଗକୁ ଭଲ କରି ଦେଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖି ଥାଏ। ସକାଳେ ବାସି ମୁହଁରେ ପାଣି ସେବନ କରିବାର ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ପାଣିକୁ କେଉଁ ସମୟରେ ଏବଂ କେତେ ମାତ୍ରାରେ ପିଇବା ଉଚିତ। କାରଣ ପାଣି ପିଇବାର ସଠିକ ଉପାୟ ଦ୍ୱାରା ଆପଣ ସୁସ୍ଥ ରହିଥାନ୍ତି।

୧/ ସକାଳେ ବାସି ମୁହଁରେ ପାଣି ପିଇବାର ଫାଇଦା ହେଉଛି ସକାଳେ ବାସି ମୁହଁରେ ପାଣି ପିଇଲେ ଶରୀରର ଭିତର ଅଙ୍ଗ ଗୁଡିକ ଅଧିକ ଉର୍ଜାବାନ ହୋଇ ଯାଆନ୍ତି ଏବଂ ଚେହେରା ଉଜ୍ବଳ ଦେଖା ଯାଇଥାଏ। ଏଥି ସହିତ ଶରୀର ମଧ୍ୟରେ ଯେଉଁସବୁ ବି-ଷା-କ୍ତ ପଦାର୍ଥ ସବୁ ସଫା ହୋଇଯାଏ। ଯାହାଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ।

୨/ ରାତିରେ ଶୋଇବା ପୁର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ଠିକ୍ ରହିଥାଏ। ଏହା ହୃଦଘା-ତ ଠାରୁ ବଞ୍ଚେଇ ଥାଏ।

Google

୩/ ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦ୍ୱାରା ଆପଣ ଉଚ୍ଚ ରକ୍ତ ଚାପ ଠାରୁ ମୁକ୍ତି ପାଇ ପାରିବେ। ଯଦି କାହାର ଉଚ୍ଚ ରକ୍ତ ଚାପର ସମସ୍ୟା ରହୁଛି , ସେମାନେ ସର୍ବଦା ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଉଚିତ।

୪/ ସନ୍ଧ୍ୟାରେ ଜଳଖିଆ କରିବା ପୂର୍ବରୁ-ବନ୍ଧୁଗଣ ଯଦି ଆପଣ ସନ୍ଧ୍ୟା ସମୟରେ ଜଳଖିଆ କରୁଛନ୍ତି ତାହେଲେ ତାହା ଆଗରୁ ପାଣି ନିଶ୍ଚିତ ଭାବେ ସେବନ କରନ୍ତୁ। ଏହାର ଦୁଇଟି ଫାଇଦା ରହିଛି। ଏହାଦ୍ବାରା ଆପଣ ଜଳଖିଆ ଅଧିକ କରି ପାରିବେନି। ଯାହାଫଳରେ ଆପଣ ମୋଟାପଣ ଠାରୁ ମୁକ୍ତି ପାଇ ପାରିବେ। ଆମେ ଯେଉଁ ଫାଷ୍ଟ ଫୁଡ ଖାଇ ଥାଉ, ଏହାପରେ ଆମେ ଗୋଟେ ଗ୍ଲାସ୍ ପାଣି ପିଇଲେ ତାହା ସେହି ଖାଇବା ସହିତ ତେଲକୁ ମଧ୍ୟ ହଜମ କରି ଦେବ। ଯାହାଦ୍ଵାରା ଶରୀର ଅସୁସ୍ଥ ହେବ ନାହିଁ।

୫/ ଯଦି ଆପଣ ଅଫିସ ବା ଘରେ ସର୍ବଦା ଚିନ୍ତିତ ରହୁଛନ୍ତି ତେବେ ଆପଣ ଦୁଇ ଗ୍ଲାସ ପାଣି ସେବନ କରନ୍ତୁ ଯାହାକି ଆପଣଙ୍କ ମୁଣ୍ଡକୁ ଥଣ୍ଡା କରିବ ଏବଂ ଆପଣ ରିଲାକ୍ସ ଅନୁଭବ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button