ରକ୍ତ ହୀନତା ଦୂର କରିବାର ଘରୋଇ ଉପାୟ, ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ରକ୍ତହୀନତା ଏବଂ ଏନିମିଆର କିଛି ଘରୋଇ ଉପଚାର ବିଷୟରେ। ଆମର ରକ୍ତ ମୁଖ୍ୟତଃ ଚାରୋଟି ଉପାଦାନକୁ ନେଇ ଗଠିତ, ଯଥା ପ୍ଲାଜମା, ଲୋହିତ ରକ୍ତ କଣିକା, ଧଳା ରକ୍ତ କଣିକା ଓ ପ୍ଲେଟ ସ୍ଲେଟ। ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ ହିଁ ଏକମାତ୍ର ଉପାଦାନ ଯାହା ଆମ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ବହନ କରିବାର କାର୍ଯ୍ୟ କରିଥାଏ। ପ୍ରତ୍ୟେକଦିନ ଆମେ ଯାହାବି ସେବନ କରିଥାଉ, ତାହା ବିଭିନ୍ନ ପ୍ରକ୍ରିୟା ଦେଇ ଶେଷରେ ରକ୍ତରେ ପରିଣତ ହୋଇଥାଏ। ଯଦି ଆମ ଶରୀରରେ ଆଇରନର ମାତ୍ରା କମିଯାଏ, ତାହେଲେ ଆମ ଶରୀର ହେମୋଗ୍ଲୋବିନ ପ୍ରସ୍ତୁତ କରି ପାରି ନଥାଏ। ତେଣୁ ରକ୍ତରେ ହେମୋଗ୍ଲୋବିନର ଅଭାବ ହୋଇଯାଏ। ଏହାକୁ ରକ୍ତହୀନତା କୁହାଯାଏ। ରକ୍ତହୀନତା ହେଲେ କିଛି ଲକ୍ଷଣ ଦେଖା ଯାଇଥାଏ। ରକ୍ତରେ ହେମୋଗ୍ଲୋବିନ ଏବଂ ଆଇରନର ଅଭାବକୁ ହିଁ ରକ୍ତହୀନତା କୁହାଯାଏ। ଏହାବ୍ୟତୀତ ଯଦି ଶରୀରରେ ଭିଟାମିନ ବି୧୨ ଏବଂ ଫଲିକ ଏସିଡର ଅଭାବ ଦେଖା ଦିଏ ତେବେ ମଧ୍ୟ ରକ୍ତହୀନତା ଦେଖା ଦେଇଥାଏ। ଚାଲନ୍ତୁ ଜାଣିବା ରକ୍ତହୀନତା ଦୂର କରିବାର ଘରୋଇ ଉପଚାର।
ରକ୍ତହୀନତା ଦୂର କରିବା ପାଇଁ ମୁଖ୍ୟତଃ ସେହିସବୁ ଖାଦ୍ୟର ସେବନ କରିବା ଉଚିତ ଯେଉଁଥିରେ ଆଇରନ, ହେମୋଗ୍ଲୋବିନ, କ୍ୟାଲସିୟମ, ଭିଟାମିନ ସି, ଭିଟାମିନ ବି ୧୨ ଓ ଫଲିକ ଏସିଡର ମାତ୍ରା ଅଧିକ ରହିଥିବ।

ପ୍ରଥମଟି ହେଉଛି ଗହମ ଘାସର ରସ ଏବଂ ଅଁଳା ରସର ସେବନ। ଗହମ ଗଛରୁ ତିଆରି ରସରେ ଆଇରନ, ଭିଟାମିନ ସି, କ୍ଲୋରଫିଲ, କ୍ୟାଲସିୟମ , ମ୍ୟଗ୍ନେଶୀୟମ ପ୍ରଚୁର ମାତ୍ରାରେ ରହିଥାଏ। ଏହାର ସେବନ କରିବା ଦ୍ଵାରା ଶରୀରରେ ଆଇରନ, ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ। ଏହାବ୍ୟତୀତ ଅଧିକାଂଶ ଡାକ୍ତର ରକ୍ତହୀନତା ଦୂର କରିବା ପାଇଁ ଅଁଳା ରସ ସେବନ କରିବା ପାଇଁ କହିଥାନ୍ତି। କାରଣ ଅଁଳା ରସରେ ଭିଟାମିନ ସି ରହିଥାଏ। ଯାହା ରକ୍ତହୀନତା ଦୂର କରିବା ସହିତ ତ୍ଵଚା ଓ କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ରକ୍ତହୀନତା ଦୂର କରିବା ପାଇଁ ୩୦ ମିଲି ଗହମ ଘାସର ରସ ସହିତ ୩୦ ମିଳି ଅଁଳା ରସ ମିଶେଇ ଏହାକୁ ସକାଳେ ଖାଇଲା ବେଳେ ସେବନ କରନ୍ତୁ। ଏହାକୁ ସପ୍ତାହରେ ତିନିଦିନ ସେବନ କରନ୍ତୁ। ଏହାର ସେବନ ଦୁଇ ସପ୍ତାହରେ କରିବା ପରେ ରକ୍ତରେ ହେମୋଗ୍ଲୋବିନର ସ୍ତର ବଢ଼ିବାକୁ ଲାଗିବ। ଗହମ ଘାସର ରସ ଏବଂ ଅଁଳା ରସ ଆପଣଙ୍କୁ ମାର୍କେଟରେ ମିଳିଯିବ। କିନ୍ତୁ ଉତ୍ତମ ପରିଣାମ ପାଇବା ପାଇଁ ଏହାକୁ ଘରେ ତାଜା ବନେଇ ତିଆରି କରନ୍ତୁ।
ଦ୍ୱିତୀୟଟି ସାଲଗମ ରସର ସେବନ କରିବା। ସାଲଗମ ଖାଇଲେ ବା ଏହାର ରସ ସେବନ କଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରେ ଥିବା ଆଇରନ ଶରୀରରେ ଭଲଭାବରେ ମିଶିବା ପାଇଁ ଏହାକୁ ଲେମ୍ବୁ ରସ ସହିତ ସେବନ କରନ୍ତୁ। ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବା ପାଇଁ ଏହାର ପତ୍ରର ରସ ସେବନ କରିବା ଆବଶ୍ୟକ। ସାଲଗମ ରସ ପ୍ରସ୍ତୁତ କରିବା ପାଇଁ ସାଲଗମ ଓ ଏହାର ପତ୍ରକୁ ସଫା କରି ଗ୍ରାଇଣ୍ଡର ସାହାଯ୍ୟରେ ଏହାର ରସ ପ୍ରସ୍ତୁତ କରନ୍ତୁ। ସକାଳେ ଖାଦ୍ୟ ଖାଇବା ସମୟରେ ଏଥିରେ ଅଳ୍ପ ଲେମ୍ବୁ ରସ ମିଶେଇ ସେବନ କରନ୍ତୁ। ଯେଉଁମାନଙ୍କର ରକ୍ତହୀନତା ଯୋଗୁଁ ମୁଣ୍ଡ ଭାରୀ ଲାଗୁଥାଏ ବା ଥକା ଅନୁଭବ ହୋଇଥାଏ, ସେମାନେ ତାଙ୍କର ଦିନର ଆରମ୍ଭ ସାଲଗମ ଖାଇ କରନ୍ତୁ। କାରଣ ଏହା ଶରୀରର ଉର୍ଜା ଶକ୍ତି ବଢେଇ ଥାଏ। ଏହାବ୍ୟତୀତ ଶରୀରର ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
ତୃତୀୟଟି ହେଉଛି ପଶୁଙ୍କ ଯକୃତ ବା ଆନିମଲ ଲିଭର ର ସେବନ କରିବା। ଶାକାହାରୀ ଲୋକଙ୍କ ଅପେକ୍ଷା ମାଂସାହାରୀ ଲୋକଙ୍କର ରକ୍ତହୀନତା ରୋଗ ଦେଖା ଦେଇ ନଥାଏ। କାରଣ ରକ୍ତରେ ଥିବା ଆଇରନ, ହେମୋଗ୍ଲୋବିନ, ଫଲିକ ଏସିଡର ଅଭାବ ମାଂସ, ଅଣ୍ଡା, ମାଛର ସେବନ ଦ୍ୱାରା ଶୀଘ୍ର ପୂର୍ଣ୍ଣ ହୋଇଥାଏ। ଖାସ୍ କରି ପଶୁଙ୍କ ଲିଭର ଏହି ରୋଗକୁ ଭଲ କରି ଦେଇଥାଏ। କାରଣ ପନିପରିବା ଅପେକ୍ଷା ପଶୁଙ୍କ ଲିଭର ରେ ୧୦ ଗୁଣ ଆଇରନ, ଭିଟାମିନ ବି ୧୨ ରହିଥାଏ। ସାଧାରଣତଃ ଯେଉଁମାନେ ମଂଶାହାରୀ ଅଟନ୍ତି, ସେମାନଙ୍କ ଠାରେ ରକ୍ତହୀନତା ଦେଖା ଯାଇ ନଥାଏ। ରକ୍ତହୀନତା ଦୂର କରିବା ପାଇଁ ଆପଣଙ୍କୁ