IBN ଓଡ଼ିଶା ବ୍ୟୁରୋ

କଲକାତା ହାଇକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍; ଲାଇଭ୍‌ ଷ୍ଟ୍ରିମିଂ ବେଳେ ଚାଲିଲା ଅଶ୍ଳୀଳ ଭିଡିଓ

ଲକାତା: କଲକାତା ହାଇକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲକୁ ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ। ସୋମବାର ଅବକାଶ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିବାବେଳେ ଏହି ଘଟଣା ଘଟିଛି। ହାଇକୋର୍ଟ ୟୁଟ୍ୟୁବ ଚ୍ୟାନେଲରେ ଏକ ଅଶ୍ଳୀଳ ଭିଡିଓ ପ୍ରସାରିତ ହୋଇଥିଲା, ଯଦ୍ଵାରା ଲାଇଭ୍‌ ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଅଦାଲତଙ୍କ ଆଇଟି ବିଭାଗ ପକ୍ଷରୁ ପୁଲିସ ନିକଟରେ ଏତଲା ଦିଆଯାଇଛି।

ଏତଲା ଆଧାରରେ କଲକାତା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଲକାତା ପୁଲିସର ସାଇବର କ୍ରାଇମ ବିଭାଗ ଘଟଣାର ତଦନ୍ତ ଚଳାଇଛି।

ଅଧିକାରୀ କହିଛନ୍ତି, ”ମାମଲାର ତଦନ୍ତ ଚାଲିଛି। ଏହି ଅପରାଧରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଆମେ ଖୋଜିବାକୁ ଚେଷ୍ଟା କରୁଛୁ।” ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାଇକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଅଶ୍ଳୀଳ ଭିଡିଓ ପ୍ରସାରିତ ହୋଇଥିଲା, ଯାହା ପରେ ତୁରନ୍ତ ହାଇକୋର୍ଟର ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରାଯାଇଥିଲା। ଖବର ଅନୁଯାୟୀ, କିଛି ସମୟର ବ୍ୟବଧାନ ପରେ ଅଲଗା ଲିଙ୍କ୍ ବ୍ୟବହାର କରି ଲାଇଭ୍ ଷ୍ଟ୍ରିମିଂ ପୁନଃ ଆରମ୍ଭ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସାଇବର ଅପରାଧୀମାନେ ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ହ୍ୟାକ୍ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button