IBN ଓଡ଼ିଶା ବ୍ୟୁରୋ

ରାତିରେ କାହିଁକି କାନ୍ଦିଥାନ୍ତି କୁକୁର ? କଣ ସତରେ ତାଙ୍କୁ ଦେଖାଯାଏ ଭୁତ, ଜାଣନ୍ତୁ କୁକୁର କାନ୍ଦିଲେ କଣ ହୋଇଥାଏ…?

ନମସ୍କାର ବନ୍ଧୁଗଣ କଣ କୁକୁର କୁ ଘରେ ରଖିବା ପାପ, ତାର ସେବା କରିବା କଣ ପାପ, ତାକୁ ଭଲ ପାଇବା କଣ ପାପ ହିନ୍ଦୁ ଧର୍ମ ପୁରାଣ ରେ କୁକୁର କୁ ଯମ ର ଦୂତ କୁହାଯାଇଛି କୁକୁର କୁ ଭୈରଭ ବାବା ଙ୍କ ସେବକ ବୋଲି ମଧ୍ୟ କୁହାଯାଏ ।

ତେଣୁ ତାର ସେବା କରିବା ଦ୍ୱାରା ଆମେ ବାବା ଭୈରଭ ଙ୍କ ସେବା କରିବା ଭଳି ହୋଇଥାଏ ଏବଂ ପାଲତୁ ପଶୁ ସବୁଠାରୁ ଭଲ ସାଥୀ ହୋଇ ଥାଆନ୍ତି । କୁକୁର ବହୁତ ସମ୍ବେଦନଶୀଳ ଏବଂ ଚାଲାକ ହୋଇ ଥାଏ । ଏବଂ କୁକୁର ବହୁତ ବିଶ୍ୱସ୍ତ ମଧ୍ୟ ହୋଇ ଥାଆନ୍ତି । ଏବଂ ଘର ମଧ୍ୟ ଖୁବ ଭଲ ଭାବରେ ଜଗି ଥାଆନ୍ତି । ଏହି କୁକୁର ମାନେ ସୁକ୍ଷ୍ମ ଆତ୍ମା ଏବଂ ଭବିଷ୍ୟତ ଦେଖି ପାରେ । କୁକୁର ବହୁତ ଦୂର ଏବଂ ବହୁତ କିଲୋମିଟର ପର୍ଯ୍ୟନ୍ତ ଶୁଙ୍ଘି ପାରିଥାଏ ।

ଏମାନେ ଚୋରକୁ ଖୋଜିବା ରେ ପୋଲିସ କୁ ବହୁତ ସାହାଯ୍ୟ କରି ଥାଆନ୍ତି । କୁକୁର କୁ ହିନ୍ଦୁ ଧର୍ମ ରେ ଏକ ରହସ୍ୟମୟ ପ୍ରାଣୀ କୁହାଯାଇଛି । ଏବଂ କୁକୁର ବହୁତ ଭଲ ମିତ୍ର ମଧ୍ୟ ହୋଇ ଥାଏ ତାଙ୍କୁ ଆପଣ ଅଳ୍ପ ଟିକେ ସ୍ନେହ ଶ୍ରଦ୍ଧା କଲେ ସେମାନେ ଆପଣଙ୍କ ପାଇଁ ନିଜ ଜୀଵନ ମଧ୍ୟ ଦେବାକୁ ପଛଘୁଞ୍ଚା ଦେବେ ନାହିଁ । ଶ୍ରୀ କୃଷ୍ଣ ମଧ୍ୟ କହିଛନ୍ତି କୁକୁର କୁ ଘରେ ରଖିବା ତାର ସେବା କରିବା ତାକୁ ଭଲ ପାଇବା କୌଣସି ପାପ ନୁହେଁ ଏହା ଅତ୍ୟନ୍ତ ପୁଣ୍ୟ ର କାର୍ଯ୍ୟ ଅଟେ । ତେବେ ଆସନ୍ତୁ ଏହି କୁକୁର ମାନଙ୍କ ବିଷୟରେ କିଛି କଥା ଆଲୋଚନା କରି ନେବା ।

ତେବେ ଆପଣ ମାନେ ଜାଣିଥିବେ କି ରାତି ସମୟରେ ପ୍ରାୟତଃ କୁକୁର ମାନେ ଜୋରରେ କାନ୍ଦିବାର ଶୁଣା ଯାଏ ଏବଂ ଭୋକିବାର ମଧ୍ୟ ଶୁଣାଯାଏ । ତେବେ କିଛି ଲୋକଙ୍କ ଅନୁସାରେ କୁକୁର ମାନେ ପ୍ରେତ ଆତ୍ମା କୁ ଦେଖି ପାରନ୍ତି ତେଣୁ ସେମାନେ ଏହି ଭଳି କାନ୍ଦନ୍ତି କିମ୍ବା ଭୋକିଥାନ୍ତି ।

ଆଉ କିଛି ଲୋକ ଏହା ମଧ୍ୟ କୁହନ୍ତି କି କୁକୁର ମାନଂକୁ ମନୁଷ୍ୟ ର ମୃତ୍ୟୁ ର ଖବର ଆଗରୁ ସୂଚନା ମିଳି ଯାଇଥାଏ ତେଣୁ ସେମାନେ ଏହି ସୂଚନା କୁ ଜଣାଇବା ପାଇଁ ଜୋରରେ କାନ୍ଦିବା ସହ ଭୋକି ଥାଆନ୍ତି । ତେବେ ଏହା କେତେ ସତ କେତେ ମିଛ ଭଗବାନ ହିଁ ଜାଣନ୍ତି ।

ତେବେ ଆପଣ ମାନେ ନିଶ୍ଚିତ ଦେଖିଥିବେ କି ଯଦି ଗୋଟିଏ ଇଲାକାର କୁକୁର ଆଉ ଏକ ଇଲାକା କୁ ପଳାଇଲା ତେବେ ସେଠାକାର କୁକୁର ତାକୁ ଭୋକିବା ସହ ତାକୁ ସେହି ସ୍ଥାନରୁ ବାହାର କରି ଦେଇଥାନ୍ତି ।

ତେବେ କୁକୁର ମାନଂକୁ ଜୋର ଶବ୍ଦ ଏବଂ ବାସନ ର ଆବାଜ ପସନ୍ଦ ନୁହେଁ ତେଣୁ ଏହାର ବିରୋଧ ପାଇଁ ମଧ୍ୟ ସେମାନେ ଭୋକି ଥାଆନ୍ତି ଏବଂ ନିଜର ରାଗ,ଅଭିମାନ, ଭଲ ପାଇବା କୁ ମଧ୍ୟ ସେ ନିଜ ଭୋକିବାରେ ଦର୍ଶାଇ ଥାଆନ୍ତି । ତେବେ ଭୋକିବା କୁକୁର ମାନଙ୍କ ର ଏକ ସ୍ଵାଭାବିକ କାର୍ଯ୍ୟ ଏବଂ କୁକୁର ସବୁଠାରୁ ବିଶ୍ୱସ୍ତ ମଧ୍ୟ ଏମାନେ କେବେବି କାହାକୁ ଧୋକା ଦିଅନ୍ତି ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button