IBN ଓଡ଼ିଶା ବ୍ୟୁରୋ

ସ୍କ୍ରବ୍ ଟାଇଫସରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି।

ସ୍କ୍ରବ୍ ଟାଇଫସରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ଲେକ୍ରୁ ସାହୁ (୫୮)। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଆଖିଦାଦର ଗାଁରେ |ସେ ନିଜ ଧାନ ଚାଷରେ ସାର ସିଞ୍ଚନ କରିବା ପାଇଁ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍କ୍ରବ ଟାଇଫଓ ପୋକ କାମୁଡିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସମଲେଶ୍ୱରୀ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ୧୧ ଦିନ ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଲେକରୁଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button