ମନୋରଞ୍ଜନ

ୱେବ୍ ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ରେ ପ୍ରଦର୍ଶିତ ହେବ ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସଂସ୍କୃତି – Ibnodisha

[ad_1]

ଭୁବନେଶ୍ୱର : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ନୀଳମାଧବ ପଣ୍ଡାଙ୍କ ପ୍ରଥମ ୱେବ୍ ସିରିଜ୍ ଏକ କ୍ଲାଇମେଟ୍ ଫିକ୍ସନ ଥ୍ରିଲର୍‌ ‘ଦ ଜେଙ୍ଗାବୁରୁ କର୍ସ’ ପ୍ରାକୃତିକ ସଂଶାଧନ ଓ ଆଦିବାସୀ ଲୋକମାନଙ୍କ ବାସଭୂମିର ଅଧିକାରର ଶୋଷଣକୁ ଆଲୋକିତ କରୁଥିବା ଏକ କାହାଣୀ ଅଟେ। ଏହି ସିରିଜ୍‌ର ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା  କାହାଣୀ ପ୍ରତ୍ୟେକ ଦିଗରୁ ବାସ୍ତବ ଓ ପ୍ରାମାଣିକ ହେଉ ବୋଲି ଚାହୁଁଥିଲେ, ଏଥିପାଇଁ ଏହି ସିରିଜ୍‌କୁ ବିସ୍ତୃତ ଭାବେ ଓଡ଼ିଶାରେ ସୁଟିଙ୍ଗ୍ କରାଯାଇଥିଲା। ସିରିଜ୍ ପାଇଁ ଏକ ଆଦିବାସୀ ଭାଷା ସୃଷ୍ଟି କରାଯାଇଥିଲା। ସେ ପ୍ରକଳ୍ପ ପାଇଁ ପେସାଦାର ଅଭିନେତା ଓ ସାଧାରଣ ଲୋକଙ୍କର ଏକ ଟିମ୍ ସହ କାର୍ଯ୍ୟ କରିଥିଲେ। ନୀଳମାଧବଙ୍କ ମତରେ ବିଗତ ବର୍ଷଗୁଡ଼ିକରେ ତାଙ୍କ ନିଜ ରାଜ୍ୟ ଓଡ଼ିଶାରୁ ଏଭଳି କୌଣସି କାହାଣୀ ସାମ୍‌ନାକୁ ଆସିନଥିଲା। ତେଣୁ ‘ଦ ଜେଙ୍ଗାବୁରୁ କର୍ସ’ ସହିତ ସେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ସୌନ୍ଦର୍ଯ୍ୟକୁ ଆଲୋକିତ କରିବାକୁ ଚେଷ୍ଟା କରିଛନ୍ତି।

‘ଦ ଜେଙ୍ଗାବୁରୁ କର୍ସ’ର ସୁଟିଙ୍ଗ୍ ସମୟରେ ନୀଳମାଧବ ପଣ୍ଡା ଓ ତାଙ୍କ ଟିମ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନୀଳମାଧବ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଏହା ଜାଣି ଖୁସି ହୋଇଥିଲେ ଯେ, ଆମେ କେବଳ ଭୁବନେଶ୍ୱର, କୋଣାର୍କ ଓ ରଘୁରାଜପୁରରେ ନୁହେଁ, ବରଂ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୨୦୦ ଲୋକଙ୍କର ଏକ ଟିମ୍ ସହ ମିଶି ସୁଟିଙ୍ଗ୍ କରିଛୁ। ଓଡ଼ିଶାରେ ୬୨ଟି ଜନଜାତି ବସବାସ କରୁଥିବା ବେଳେ ସେମାନଙ୍କର ନିଜସ୍ୱ ପରମ୍ପରା ଓ ସଂସ୍କୃତି ରହିଛି। ମୁଁ ସିରିଜ୍‌ରେ ସେହି ଆଦିବାସୀ ସଂସ୍କୃତିର ଏକ ଝଲକ ଦେଖାଇବାକୁ ଚେଷ୍ଟା କରିଛି। ଏହା ବ୍ୟତୀତ ଆମେ ରାଜ୍ୟର ଏକ ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ ଲିଙ୍ଗରାଜ ମନ୍ଦିରରେ ସୁଟିଂ କରିଥିଲୁ। ବିଶ୍ୱବିଦ୍ୟାଳୟ ହେଉ କିମ୍ବା ଏୟାରପୋର୍ଟ, ବସ୍ ଷ୍ଟାଣ୍ଡ୍ ଆମେ ପ୍ରକୃତ ସ୍ଥାନଗୁଡିକରେ ସୁଟିଂ କରିଛୁ। ମୁଁ ଏହି ସିରିଜ୍‌କୁ ବହୁଭାଷୀୟ କରିବା ପାଇଁ ନିଷ୍ପତ୍ତି ନେଇଥିଲି କାରଣ ଷ୍ଟୋରିଟେଲିଂ ପାଇଁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଏକାଧିକ ଆଦିବାସୀ ଭାଷା ଓ ଓଡ଼ିଆ ଭାଷାକୁ ମିଶାଇ ଏକ ବୋନ୍ଦ୍ରିଆ ଭାଷା ସୃଷ୍ଟି କରିଥିଲୁ। ଏହାଛଡ଼ା ପୂର୍ବରୁ କେବେ ଓଡ଼ିଶାର ପର୍ବତ, ନଦୀ ଓ ଐତିହ୍ୟଗୁଡ଼ିକୁ ଏତେମାତ୍ରାରେ କ୍ୟାପ୍‌ଚର କରାଯାଇନଥିଲା। ଏହା ହେଉଛି ଓଡ଼ିଶାରୁ ପ୍ରଥମ ପ୍ରମୁଖ ୱେବ୍‌ସିରିଜ୍। ଏହି ସିରିଜ୍ ମାଧ୍ୟମରେ ମୁଁ ଭାରତୀୟ ଓ ଆନ୍ତର୍ଜାତୀୟ ଦର୍ଶକମାନଙ୍କ ନିକଟରେ ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ପ୍ରଦର୍ଶିତ କରିବାକୁ ଚାହୁଁଛି।’

ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏହି ସିରିଜ୍‌ରେ ଅନେକ ଓଡ଼ିଆ ଅଭିନେତାଙ୍କ ସମେତ ବ୍ରିଟିଶ୍ ଅଭିନେତାଙ୍କୁ କାଷ୍ଟ୍ କରିଛନ୍ତି କାରଣ ତାହା ଷ୍ଟୋରିଟେଲିଂ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button