IBN ଓଡ଼ିଶା ବ୍ୟୁରୋ

ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ସୋଡା, ଏଥିରେ କିଡନୀ ହୋଇ ଥାଏ ଅଧିକ ପ୍ରଭାବିତ

ସାଧାରଣ ଭାବେ ଗରମ ଦିନରେ ଲୋକ ମାନେ ଅଧିକ ସୋଢା ପିଇଥାନ୍ତି ସେଥିପାଇଁ ଏହି ଦିନରେ ସୋଢା ଅଧିକ ପରିମାଣରେ ବିକ୍ରି କରାଯାଇ ଥାଏ । ଏହାକୁ ପିଇବା ଦ୍ଵାରା ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ଏବଂ ଏଥିରେ ଆମ କିଡନି ଅଧିକ ପ୍ରଭାବିତ ହୋଇଥାଏ ବୋଲି କୁହାଯାଇଛି । କାର୍ବୋନେଟଡ ୱାଟର, ସୁଗାର, ଫ୍ରକ୍ଟୋଜ କର୍ନ ସିରପ ଏବଂ ରସାୟନ ର ମିଶ୍ରଣରେ ସୋଡା ପ୍ରସ୍ତୁତ କରାଯାଇ ଥାଏ । ଏହାଛଡା ସୋଡାରେ ଫସ୍ଫୋରିକ ଏସିଡ ଅଧିକ ପରିମାଣରେ ଥିବାରୁ ୟୁରିନ ପରିବର୍ତ୍ତିତ ହୋଇ ଯାଇଥାଏ ଯାହାଦ୍ୱାରା କିଡନି ଷ୍ଟୋନ ଅଧିକ ହୋଇ ଯାଇଥାଏ ।

ନନ କୋଲା ସୋଡା ପିଇବା ଦ୍ଵାରା କିଡନୀ ରୋଗ ହେବାର ବହୁତ ଜାଗାରେ ଉଲ୍ଲେଖ କରା ଯାଇଛି । ଏହି ସୋଡା ପିଇବା ଦ୍ଵାରା କିଡନୀ ରେ ଷ୍ଟୋନ ହେବାର ସଭାବନା ୩୩ ପ୍ରତିଶତ ଥିବା ବେଳେ କୋଲା ରେ ନନ କୋଲା ଠାରୁ ୨୩ ପ୍ରତିଶତ ଅଧିକ ସମ୍ଭାବନା ଥାଏ । ଏହା ସହିତ କିଡନୀ ଅନାନ୍ୟ ରୋଗର ଶିକାର ହୋଇ ଧୀରେ ଧୀରେ କାମ କରିବା ବନ୍ଦ କରିଦେଇ ଥାଏ ଏବଂ ଶେଷରେ ସମ୍ପୂର୍ଣ ଭାବେ ବନ୍ଦ ହୋଇ ଯାଇଥାଏ ।

ବିଶେଷ ଅଧ୍ୟୟନରୁ ଜଣା ପଡିଛି ଗୋଟିଏ ଦିନରେ ତିନି ରୁ ଅଧିକ ସୋଡା ପିଇବା ଦ୍ଵାରା କ୍ରୋନିକ କିଡନୀ ସମସ୍ୟା ହେଇ ପାରେ । ଏହି ସୋଡା ପିଇବା ଦ୍ଵାରା ଏହାର କୁପ୍ରଭାବ ବିଶେଷତଃ ମହିଳା ମାନଙ୍କ ଉପରେ ପଡିଥାଏ । ଏହି ସୋଡାରେ ମିଶ୍ରିଣ କରାଯାଉ ଥିବା କୃତ୍ରିମ ମିଠା ଦ୍ଵାରା ଏହା ହୋଇ ଥାଏ । ସୋଡାରେ ଫସ୍ଫୋରସ ମିଳିଥାଏ ଯାହା ଶରୀର ପାଇଁ ଉପକାରୀ ହୋଇ ନଥାଏ । ଏଥିପାଇଁ ଏହାର ସେବନ କରନ୍ତୁ ନାହିଁ । ଲେମ୍ବୁ ଏବଂ ଲାଇମ ଫ୍ଲେଭର ର ସୋଡାରେ କମ ପରିମାଣରେ ଫସ୍ଫୋରସ ଥାଏ ଏଥିପାଇଁ ଏହାକୁ ସେବନ କରି ପାରିବେ ଏଥିରେ କୌଣସି ଅସୁବିଧା ନାହିଁ ।

ଫୃଟ ପଞ୍ଚ ଏବଂ କୋଲା ରେ ପୋଟାସିୟମ ଅଧିକ ପରିମାଣରେ ଥିବା କାରଣରୁ ଏହା ଠାରୁ ଦୂରେଇ ରୁହନ୍ତୁ । ନିଜର କିଡନୀ ଜନିତ ରୋଗରୁ ବଞ୍ଚିବା ପାଇଁ ଆପଣ ମାନେ ସୋଡା ପିଇବା ବନ୍ଦ କରି ଦିଅନ୍ତୁ । ଏହା ପାଟିକୁ ବହୁତ ଭଲ ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ଜମାବି ଭଲ ହୋଇ ନଥାଏ । ତେବେ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ରୂପେ ଆପଣଙ୍କ କାମରେ ଆସିବ । ଏମିତି ଆଗକୁ ସ୍ୱାସ୍ଥ୍ୟ ଟିପ୍ସ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button