IBN ଓଡ଼ିଶା ବ୍ୟୁରୋ
ଖାଇକୁ ବସ ଖସି ୧୫ ମୃତ,ଏକାଧିକ ଆହତ

ଉତ୍ତରାଖଣ୍ଡ : ଖାଇକୁ ଯାତ୍ରୀବାହୀ ବସ ଖସି ୧୫ ରୁ ଉର୍ଦ୍ଧ୍ବ ମୃତ୍ୟୁ ଘଟିବା ସହିତ ଏକାଧିକ ଆହତ ହୋଇଛନ୍ତି । ସୋମବାର ସକାଳେ ଉତ୍ତରାଖଣ୍ଡର ଅଲମୋରା କୁପିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ୪୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ପୌରୀରୁ ରାମନଗର ଆଡକୁ ଆସୁଥିଲା । ତେବେ ଗଡ଼ୱାଲ- ରାମନଗର ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଖାଇକୁ ଖସିପଡିଥିଲା ।
ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢି ପରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ SDRF ଏବଂ ନୈନିତାଲ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ପାହାଡିଆ ସ୍ଥାନ ହୋଇଥିବା ବେଳେ ସେଠାରେ ଏକ ଛୋଟ ନଦୀ ମଧ୍ୟ ରହିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।