IBN ଓଡ଼ିଶା ବ୍ୟୁରୋ

‘ୱାନ ନେସନ, ୱାନ ଇଲେକ୍ସନ’କୁ କାହିଁକି ବିରୋଧ କଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ତାମିଲ ଅଭିନେତା ଥାଲାପତି ବିଜୟଙ୍କ ବିରୋଧ। କେନ୍ଦ୍ର ସରକାର ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ସରକାରଙ୍କ ‘ୱାନ ନେସନ୍-ୱାନ ଇଲେକ୍ସନ’ ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି। ଗତ କିଛିଦିନ ତଳେ ରାଜନୀତିରେ ପ୍ରବେଶ କରିଥିଲେ ସାଉଥ୍ ଷ୍ଟାର ବିଜୟ ଥାଲାପତି।

 

କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତିରେ। ସୂଚନା ଥାଉକି, କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛନ୍ତି ବିଜୟ। ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ।

କେବଳ ଶାସକ ବିଜେପି ନୁହେଁ, ବିଜୟଙ୍କ ଦଳ ଟିଭିକେ ଟାର୍ଗେଟରେ ରାଜ୍ୟର ଡିଏମକେ ସରକାର ବି ରହିଛି। ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଚେଷ୍ଟା କରୁନଥିବା କହିଛନ୍ତି ବିଜୟ। ଏଥିପାଇଁ ସେ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଏହା ସହିତ ତାମିଲନାଡ଼ୁର ଶାସକ ଡିଏମକେ ଦଳ କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଛନ୍ତି ବିଜୟ।

Related Articles

Leave a Reply

Your email address will not be published. Required fields are marked *

Back to top button