ମନୋରଞ୍ଜନ

ଅକ୍ଷୟଙ୍କ ସାହାଯ୍ୟ ପାଇଁ ନିଲାମିରୁ ବଞ୍ଚିଗଲା ସନ୍ନିଙ୍କ ଘର ! – Ibnodisha

[ad_1]

ମୁମ୍ବାଇ: ‘ଗଦର ୨’ର ଅଦ୍ଭୁତପୂର୍ବ ସଫଳତା ମଧ୍ୟରେ ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ହେବ ବୋଲି ଖବର ଆସିଥିଲା। ରବିବାର ଦିନ ଏକ ବ୍ୟାଙ୍କ ବିଜ୍ଞପ୍ତି ଜାରି କରିଥିଲା ଯେ ଅଭିନେତାଙ୍କୁ ଦିଆଯାଇଥିବା ୫୬କୋଟି ଟଙ୍କାର ଋଣ ପୁନରୁଦ୍ଧାର ପାଇଁ ସନ୍ନି ଦେଓଲଙ୍କ ଜୁହୁସ୍ଥିତ ଘରକୁ ଇ-ନିଲାମ କରାଯିବ। ତେବେ ଏହି ବିବୃତିର ଗୋଟିଏ ଦିନ ପରେ ବ୍ୟାଙ୍କ ବୈଷୟିକ ତ୍ରୁଟି ଦର୍ଶାଇ ନୋଟିସ ପ୍ରତ୍ୟାହାର କରିଛି।

ନୋଟିସ ପ୍ରତ୍ୟାହାର ହେବା ପରେ ‘ଓଏମଜି-୨’ ଷ୍ଟାର ଅକ୍ଷୟ କୁମାର ସନ୍ନି ଦେଓଲଙ୍କ ଜୁହୁ ଘରକୁ ବଞ୍ଚାଇବା ପାଇଁ ଋଣର ଏକ ବଡ ଅଂଶ ପରିଶୋଧ କରିବାରେ ସାହାଯ୍ୟ କରିଥିବା ଚର୍ଚ୍ଚା ହୋଇଥିଲା। ଏବେ ଅକ୍ଷୟଙ୍କ ଟିମ୍ ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହେଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖେଲିଛନ୍ତି।

ଅକ୍ଷୟ କୁମାରଙ୍କ ମୁଖପାତ୍ର ହେଉଥିବା ଚର୍ଚ୍ଚାକୁ ଅସ୍ୱୀକାର କରି କହିଛନ୍ତି ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଅକ୍ଷୟ କୁମାର ସନ୍ନି ଦେଓଲଙ୍କ ଋଣ ପରିଶୋଧ କରିବା ପାଇଁ ପ୍ରାୟ ୩୦-୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଅକ୍ଷୟ ଏଭଳି କିିଛି କରିନାହାନ୍ତି।

Image Courtesy of Times Now

ତେବେ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ର ମୁମ୍ବାଇ ସଂସ୍କରଣର ୩ୟ ପୃଷ୍ଠାରେ ପ୍ରକାଶିତ ଏହି ‘ତ୍ରୁଟି ସଂଶୋଧନ’ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ, ବୈଷୟିକ ତ୍ରୁଟି କାରଣରୁ ଅଜୟ ସିଂହ ଦେଓଲ୍‌ ଓରଫ୍‌ ସନ୍ନି ଦେଓଲ୍‌ଙ୍କ ଭିଲ୍ଲା ନିଲାମ ନୋଟିସ୍‌ ପ୍ରତ୍ୟାହାର କରାଗଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button