ରାଜ୍ୟ

ଗଞ୍ଜାମ ତାରାତାରିଣୀ ମନ୍ଦିରରୁ ଚୋରି

ଞ୍ଜାମ: ରାଜ୍ୟରେ ଦିନକୁ ଦିନ ଚୋରି, ରାହାଜାନୀ, ଲୁଟପାଟ୍ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ଲୁଟ୍ ତ କରୁଛନ୍ତି ଠାକୁରଙ୍କୁ ବି ଛାଡୁନାହାନ୍ତି। ଗଞ୍ଜାମ ପୋଲସରାରେ ଥିବା ମା ତାରା ତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମାଆଙ୍କର ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଛନ୍ତି।

ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଆଜି ସକାଳେ କିଛି ଭକ୍ତ ଏବଂ ପୂଜକ ଏସବୁ ଦେଖି ପୁରୁଷୋତ୍ତମ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଗର୍ଭଗୃହର ତାଲା ଭଙ୍ଗାଯାଇଥିବା ଦେଖିଥିଲା। ମନ୍ଦିର ମଧ୍ୟରୁ ମାଆଙ୍କର ରୂପା ମୁଖା, ଛତ୍ର ସମତେ ବହୁ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଛି। ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button