IBN ଓଡ଼ିଶା ବ୍ୟୁରୋ

ପରଲୋକରେ ଗାୟିକା ଶାରଦା ସିହ୍ନା: ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର କୋକିଳା ଭାବେ ପରିଚିତ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ କ୍ୟାନ୍ସରରେ ପୀଡିତ ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଦିଲ୍ଲୀ ଏମ୍ସରେ ସେ ଭେଣ୍ଟିଲେଟରରେ ଥିଲେ। ବିହାରରେ ଲୋକ ସଙ୍ଗୀତ ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଭୋଜପୁରରେ ପାରମ୍ପରିକ ବିବାହ ଓ ଛଟ୍ ଗୀତ ପାଇଁ ସେ ପ୍ରସିଦ୍ଧିଲାଭ କରିଥିଲେ । ନିକଟରେ ଓଟିଟି ସିରିଜ୍ ରେ ମଧ୍ୟ ମହାରାଣୀ ସିଜିନ୍ ୨ରେ କଣ୍ଠଦାନ କରିଥିଲେ। ଭୋଜପୁରୀ ଏବଂ ମୈଥିଲୀ ଫୋକ୍ ମ୍ୟୁଜିକ୍ ରେ ସେ ଖୁବ୍ ପ୍ରସିଦ୍ଧ ଥିଲେ। ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button