ରାଜ୍ୟ

ଜାତୀୟ ସ୍ତରରେ ପାଳନ ହେବ ମହତାବ ଜୟନ୍ତୀ

ଭୁବନେଶ୍ୱର, ୦୬/୧୧ : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ତାଙ୍କ ୧୨୫ତମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଏହି କିମ୍ବଦନ୍ତୀ ରାଷ୍ଟ୍ରବାଦୀ ନେତାଙ୍କ ପ୍ରତି ଏହା ଏକ ମହାନ ଶ୍ରଦ୍ଧାଞ୍ଜଳି ଓ ଓଡ଼ିଆ ଅସ୍ମିତାର ପ୍ରମାଣ ।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସରକାର ମହତାବଙ୍କ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ କରିବା ପାଇଁ ନିଷ୍ପତ୍ତି ନେବାର ୩ ଦିନ ପରେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଆସିଛି

Related Articles

Leave a Reply

Your email address will not be published. Required fields are marked *

Back to top button