IBN ଓଡ଼ିଶା ବ୍ୟୁରୋ

ରସୁଣ ର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଲେ ବିଶ୍ବାସ କରିପାରିବେନି ଆପଣ, ଭଲ କରିପାରେ ଏହି ସବୁ ବଡ ବଡ ରୋଗ – ଏବେ ହିଁ ଜାଣି ନିୟନ୍ତୁ

ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ ।

ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ ସାବ୍ୟସ୍ତ ହୋଇଥାଏ-
୧ – ଔଷଧ ଭଳି କାମ କରେ –

ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

୨- ବ୍ୟାକ୍ଟେରିଆ ନଷ୍ଟ କରେ–

ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।

୩- ଥଣ୍ଡାଦିନରେ ଉପକାରୀ –

ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଏଥିରୁ ଉପଶମ ମିଳିଥାଏ ।

 

୪- ରକ୍ତ ସଂଚାଳନ ଠିକ୍‌ ହୁଏ–

ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ ।

୫- ଉଚ୍ଚ ରକ୍ତଚାପ ବେଳେ –

ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।

୬ -କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ–

ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button