IBN ଓଡ଼ିଶା ବ୍ୟୁରୋ

ଅଭିନେତା ବିକ୍ରାନ୍ତ ମେସିଙ୍କୁ ମିଳୁଛି ଧମକ

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିକ୍ରାନ୍ତ ମେସି। ବିକ୍ରାନ୍ତଙ୍କ ଆଗାମୀ ଫିଲ୍ମ ‘ଦ ସାବରମତି ଏକ୍ସପ୍ରେସ’କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ରିଲିଜ ପୂର୍ବରୁ ତାଙ୍କୁ ମିଳିଲାଣି ଧମକ ।

12th ଫେଲ୍ ଫିଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିବା ବିକ୍ରାନ୍ତ ମେସି ‘ଦ ସାବରମତି ଏକ୍ସପ୍ରେସ’ରେ ଜଣେ ପତ୍ରକାର ଭୂମିକାରେ ନଜର ଆସିବେ।

ଏହା ଏକ ହୃଦୟ ବିଦାରକ ପ୍ରକୃତ ଘଟଣା ଉପରେ ଆଧାରିତ। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହା ଉପରେ ନିର୍ମିତ ଫିଲ୍ମ ବି ହଟ୍ ଗସିପ ପାଲଟିଛି।

ଏହି ଫିଲ୍ମରେ ବହୁ ସତ୍ୟ ଘଟଣା ଉପରୁ ପରଦା ହଟିବ ବୋଲି ଶୁଣିବାକୁ ମିଳୁଛି। ତେଣୁ ଏହା ପୂର୍ବରୁ ଫିଲ୍ମର ହିରୋ ବିକ୍ରାନ୍ତ ମେସିଙ୍କୁ ଧମକ ମିଳିବା ଆରମ୍ଭ ହେଲାଣି। ତେବେ କିଏ ଓ କାହିଁକି ଏପରି ଧମକ ଦେଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

ଫିଲ୍ମର ଟ୍ରେଲର ଲଞ୍ଚ ବେଳେ ଫୋନ୍ ଯୋଗେ ଧମକ ମିଳିବା କଥାକୁ ସ୍ୱୀକାର କରିଛନ୍ତି ବିକ୍ରାନ୍ତ। ଏଥିସହ ସେ କହିଛନ୍ତି, ଆମେ କଳାକାର । ବିଭିନ୍ନ ଚରିତ୍ରରେ ଅଭିନୟ କରିବା ଆମ କାମ। ଏହି ଫିଲ୍ମଟି ଏକ ସତ କାହାଣୀ ଉପରେ ଆଧାରିତ। ଏହାକୁ ନେଇ ଆମକୁ କିଛି ପ୍ରତିବନ୍ଧର ସାମନା କରିବାକୁ ପଡ଼ୁଥିବା ବେଳେ ଏକ ଟିମ୍ ଭାବେ ଆମେ ଏହାର ମୁକାବିଲା କରିବୁ।

ଏହି ଫିଲ୍ମରେ ବିକ୍ରାନ୍ତ ମେସି ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ରିଧି ଡୋଗରା ଓ ରାଶି ଖନ୍ନା ମୁଖ୍ୟ ନାୟିକା ରୋଲ ପ୍ଲେ କରିଛନ୍ତି। ଧୀରଜ ସରନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button