IBN ଓଡ଼ିଶା ବ୍ୟୁରୋ

ବିଚିତ୍ରପୁର ନାଳରୁ ଧରା ପଡ଼ିଲା ୭ ଫୁଟ ୬ ଇଞ୍ଚ ଲମ୍ବର ବଉଳା କୁମ୍ଭୀର

ଭୋଗରାଇ: ବନ ବିଭାଗର ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ଧରା ପଡ଼ିଲା ବଉଳା କୁମ୍ଭୀର। ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି। ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଙ୍ଗ କରିଥିଲା।

ବିଚିତ୍ରପୁର ନାଳରୁ ଧରା ପଡ଼ିଲା ବଉଳା କୁମ୍ଭୀର। ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି। ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ। ଯାହାକୁ ଧରିବା ପାଇଁ ବନବିଭାଗର ପକ୍ଷରୁ ଗତକାଲି ଅପରାହ୍ନରୁ ରାତି ୧ ଟା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲା। ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା। ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ଟାରେ ଧରା ପଡ଼ିଛି ବୋଲି ସୂଚନା ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button