IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ?

ଏକ ରିପୋର୍ଟ ଅନୁଯାଇ ଅନେକ ଲୋକ ଶାରୀରିକ ସମ୍ୱନ୍ଧ କରିସାରିବା ପରେ ମଧ୍ୟ ଏହାପରେ ସେମାନଙ୍କର ଯୌନ ସମ୍ପର୍କ ରଖିବାର ଇଚ୍ଛା ଆହୁରି ବଢ଼ି ଯାଇଥାଏ ବିଶେଷଜ୍ଞ ମାନଙ୍କ ଅନୁଯାଇ ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ଏବଂ ଏହା ପଛରେ ଅନେକ ଗୁଡିଏ କାରଣ ରହିଛି, ଯାହା ଆମ୍ଭର ଶରୀରର ପ୍ରାକୃତିକ ଆବଶ୍ୟକତା କିମ୍ବା ଶରୀରରେ ହେଉଥିବା ରାସାୟନିକ ଉତ୍ପାଦନ ଏବଂ ହରମୋନ୍ ସହିତ ଜଡିତ ଅଟେ, ତେବେ ଆସନ୍ତୁ ଜାଣିବା ଏହାର କିଛି କାରଣ ମାନଙ୍କ ବିଷୟରେ…

1 – ହରମୋନ୍ ରିଲିଜ୍ :- ଶରୀରରେ ଡୋପାମାଇନ୍ ଏବଂ ଅକ୍ସିଟୋସିନ୍ ନାମକ ହରମୋନ୍ ରିଲିଜ଼ ହେବା ଦ୍ୱାରା ହିଁ ଆମକୁ ଯୌନ ସୁଖଃ ମିଳିଥାଏ । ଶରୀର କୁ ମିଳିଥିବା ଏହି ଅନୁଭବ କୁ ମସ୍ତିଷ୍କ ଏକ ସଙ୍କେତ ପଠାଏ, ଯାହାଦ୍ୱାରା ଶରୀର ଏହି ପ୍ଲେଜର୍ କୁ ବାରମ୍ବାର ଅନୁଭବ କରିବାକୁ ଚାହିଁ ଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ଅଧିକ ଶାରୀରିକ ସମ୍ୱନ୍ଧ ଭିତରେ ଅଧିକ ବିରତି ନକରି ଆଉ ଥରେ ଶାରୀରିକ ସମ୍ୱନ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥାଏ ।

2 – ଭାବପ୍ରବଣ କୋଣ :- ଯେତେବେଳେ ଏକ ଦମ୍ପତି ପ୍ରେମ ସମ୍ପର୍କରେ ରହିଥାନ୍ତି, ସେତେବେଳେ ସେମାନଙ୍କ ଭିତରେ କେବଳ ଶରୀର ନୁହେଁ ବରଂ ଭାବନାର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ସେଥିପାଇଁ କିଛି ଲୋକଙ୍କ ପାଇଁ ଶାରୀରିକ ସମ୍ୱନ୍ଧ ପ୍ରେମକୁ ପ୍ରକାଶ କରିବାର ଏକ ଉପାୟ ମଧ୍ୟ ଅଟେ । ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ସ୍ପର୍ଶ କରିବା ଏବଂ ସମ୍ପର୍କ ଗଢ଼ିବା ପରେ ତୁରନ୍ତ ଅନ୍ତରଙ୍ଗ ହେବାକୁ ପସନ୍ଦ କରିଥାନ୍ତି ।

ଆହୁରି ପଢନ୍ତୁ :- ଯୌନ କ୍ରିୟାରେ ଲିପ୍ତ ଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଝିଅ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଲା ବାହାରେ
3 – ଚରମ ସୁଖଃ :- ଗୋଟେ ପଟେ ଯେତେବେଳେ ମଣିଷ ଚରମ ସୁଖଃ ପାଇବା ସହ ସନ୍ତୁଷ୍ଟ ହୋଇଥାଏ । ଅନ୍ୟ ପକ୍ଷରେ ଏହା ଅନୁଭଵ ନ ହେବା ଦ୍ୱାରା ଲୋକେ ଅବସାଦ ଗ୍ରସ୍ତ ହୋଇଯାନ୍ତି । ତେଣୁ ଶାରୀରିକ ସମ୍ୱନ୍ଧ ପରେ ବି ଚରମ ସୁଖଃ ନ ମିଳିଲେ ଲୋକମାନେ ପୁଣି ଥରେ ଯୌନ ସମ୍ବନ୍ଧ ରଖିଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button