IBN ଓଡ଼ିଶା ବ୍ୟୁରୋ

କୁକୁର ଖୋଜିକି ଦେଲେ ମିଳିବ ୫୦ ହଜାର ଟଙ୍କା

ଆଗ୍ରା: ‘ଆମ ପୋଷା କୁକୁର ହଜିଯାଇଛି । ଯିଏ ବି ତାକୁ ଖୋଜି ଆଣିବ ଆମେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାରରେ ଦେବୁ’ ଏମିତି କିଛି ଘୋଷଣା କରି ତାଙ୍କ ପୋଷା କୁକୁରକୁ ଖୋଜିଦେବା ପାଇଁ ସାହାର୍ଯ୍ୟ ମାଗିଛନ୍ତି ଦିଲ୍ଲୀର ଦମ୍ପତି । ଯିଏବି ସହୃଦୟ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ଖୋଜିଦେବ ସେ ତାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଦିଲ୍ଲୀ ନିବାସୀ ଦମ୍ପତି ଦୀପାୟନ ଘୋଷ ଏବଂ କସ୍ତୁରୀ ପାତ୍ରା ତାଙ୍କର ଦୁଇ ପୋଷା କୁକୁର ସହିତ ଗତ ୧ ତାରିଖରେ ଛୁଟି ମନାଇବାକୁ ଆଗ୍ରା ଯାଇଥିଲେ । ସେଠି ସେମାନେ ତାଜ୍ ହୋଟେଲରେ ରହଣି କରିଥିଲେ । ଯେଯେତୁ ତାଜ୍ ହୋଟେଲ୍ ଏକ ପେଟ୍ ଫ୍ରେଣ୍ଡଲି ହୋଟେଲ ଥିଲା ଏବଂ ସେମାନେ କୁକୁରଙ୍କ ରକ୍ଷଣାବେକ୍ଷଣା କଥା ବି ବୁଝୁଥିଲେ । ଏଥିପାଇଁ ହୋଟେଲ ପ୍ରତି ୩ ଘଣ୍ଟାକୁ ୨୦୦୦ ଟଙ୍କା ଚାର୍ଜ କରୁଥିଲେ । ତେଣୁ ଦମ୍ପତି ତାଙ୍କର ଦୁଇଟି କୁକୁର ଦାୟିତ୍ବ ହୋଟେଲକୁ ଦେଇ କିଛି ସମୟ ପାଇଁ ବାହାରକୁ ଯାଇଥିଲେ ।

ହେଲେ ହଠାତ୍ ସେମାନଙ୍କୁ ହୋଟେଲରୁ କଲ୍ ଗଲା ଯେ, ତାଙ୍କର ଗୋଟିଏ କୁକୁର କେଉଁଆଡେ ଚାଲିଯାଇଛି । ଯାହାକୁ ସିସିଟିଭିରେ ଶେଷ ଥର ପାଇଁ ତାଜ୍ ମହଲ ମେଟ୍ରୋ ଷ୍ଟେସନ ପାଖରେ ଦେଖିବାକୁ ମିଳିଥିଲା । ହେଲେ ଏବେ ତାହାର ପତ୍ତା ମଳୁନାହିଁ । ଯାହାକୁ ଖୋଜି ଦେବା ପାଇଁ ପ୍ରଥମେ ଦମ୍ପତି ଭିଡିଓ କରି ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ପରେ ଯେତେବେଳେ ୨ରୁ ୩ ଦିନ ପରେ କୁକୁରର କୌଣସି ଖୋଜ୍ ଖବର ମିଳିଲା ନାହିଁ ଏବେ ସେମାନେ ଏହି ରାଶିକୁ ବଢାଇ ୫୦ ହଜାର ଟଙ୍କା କରିଦେଇଛନ୍ତି । ଏଥିସହିତ ହୋଟେଲ ପରିସରର ୩୦ କିମି ଭିତରେ ଥିବା ସିସିଟିଭିକୁ ଯାଞ୍ଚ କରିବା ପାଇଁ କପିଲ୍ ୩୦ରୁ ଅଧିକ ଲୋକଙ୍କୁ କାମରେ ଲଗେଇଛନ୍ତି ।

ଏହି ପୂରା ମାମଲାକୁ ନେଇ ତାଜ୍ ସୁରକ୍ଷାର ସହାୟକ ପୋଲିସ୍ କହିଛନ୍ତି, ସ୍ମାର୍ଟ ସିଟି କ୍ୟାମେରାରୁ ଯାହା ଜଣାପଡିଛି, କୁକୁରଟି ଶାହଜାହାନ୍ ଗାର୍ଡେନ୍ ଆଡକୁ ଯାଇଛି । ହେଲା ତାହାର ପତ୍ତା ମିଳିନାହିଁ । ଏହାକୁ ନେଇ ଯାଞ୍ଚ ଚାଲିଛି ।

ଅନ୍ୟପକ୍ଷରେ ଦମ୍ପତି କୁକୁର ହଜିବା ପାଇଁ ତାଜ୍ ହୋଟେଲକୁ ଦାୟୀ କରି ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି । ହୋଟେଲ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ତାଙ୍କ କୁକୁର ନିଖୋଜ ଥିବା ସେମାନେ ଦର୍ଶାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button