ରାଜନୀତି ଓ ସିନେମାକୁ ନେଇ ସନ୍ନିଙ୍କ ପ୍ରତିକ୍ରିୟା – Ibnodisha

[ad_1]

ମୁମ୍ବାଇ: ଗୁରଦାସପୁରର ବିଜେପି ନେତା ତଥା ବଲିଉଡ୍ ସିନେମା ନାୟକ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି।
ଏହି କ୍ରମରେ ବିଜେପିର ସାଂସଦ ସନ୍ନି ଦେଓଲ ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଥିଲା। ଯାହାକୁ ସନ୍ନି ନିକଟରେ ସ୍ପଷ୍ଟ କରି ଦେଇଛନ୍ତି।
ସନ୍ନି କହିଛନ୍ତି,‘ ଆଗାମୀ ଲୋକସଭା ନିର୍ବାଚନ ମୁଁ ଲଢ଼ିବି ନାହିଁ। ଅଭିନେତା ଭାବେ ମୋର ଯେତିକି କର୍ତ୍ତବ୍ୟ ଦେଶ ପାଇଁ ମୁଁ କରିବି। ଏକାଠି ସବୁ କାମ କରିବା ସମ୍ଭବ ନୁହେଁ। ଏମିତି କାରିବା ଦ୍ବାରା କୌଣସି କାମ ସଠିକ ଭାବେ ହୋଇପାରେ ନାହିଁ। ଗୋଟିଏ ସମୟରେ ଗୋଟିଏ କାମ ହିଁ କରି ହୋଇଥାଏ। ଅଭିନୟ ଦୁନିଆରେ ଥାଇ ଯାହା କରିହେବ ରାଜନୀତି ଜୀବନରେ ତାହା କରିହେବନାହିଁ। ତେଣୁ ମୁଁ ପ୍ରଥମେ ଜଣେ ଅଭିନେତା ଭାବେ ଆଗକୁ ବଢ଼ିଛି, ଆଉ ବିଢ଼ିବି ମଧ୍ୟ।’
ଦୁଇଦିନ ତଳେ ଜୁହୁସ୍ଥିତ ବଙ୍ଗଳା ନିଲାମକୁ ନେଇ ସନ୍ନି ଚର୍ଚ୍ଚାକୁ ଆସିଥିଲେ। ସନ୍ନି ୫୬ କୋଟି ଟଙ୍କାର ଋଣ ଶୁଝିବାରେ ବିଫଳ ହୋଇଥିବାରୁ ସେପ୍ଟେମ୍ବର ୨୫ରେ ତାହାକୁ ନିଲାମ କରିବା ଲାଗି ବ୍ୟାଙ୍କ ଅଫ୍ ବରୋଦା ଏକ ନୋଟିସ୍ ଜାରି କରିଥିଲା। ଚବିଶ ଘଣ୍ଟା ଭିତରେ ସେହି ନୋଟିସ୍କୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଥିଲା। ସନ୍ନିଙ୍କ ବଙ୍ଗଳା ନିଲାମ ହେବ ବୋଲି କଥା ଉଠୁଥିବା ବେଳେ ଏବେ ପୁଣି ନିଲାମ ହେବନାହିଁ ବୋଲି ଶୁଣିବାକୁ ମିଳୁଛି।
ଏନେଇ ‘ଗଦର ୨’ ଅଭିନେତା ସନ୍ନି କୌଣସି ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି,‘ ଯେ ଏହା ତାଙ୍କର ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେ ଏହା ଉପରେ କୌଣସି ବୟାନ ଦେବାକୁ ଉଚିତ ମଣୁ ନାହାନ୍ତି।’
[ad_2]