IBN ଓଡ଼ିଶା ବ୍ୟୁରୋ

‘ଓମ୍‌ ଶାନ୍ତି ଓମ୍‌’ର ନିଆଁ ଦୃଶ୍ୟ ପରେ କାନ୍ଦିଥିଲେ ଶ୍ୟାମ୍‌ କୌଶଲ୍‌

ମୁମ୍ବାଇ: ବଲିଉଡ୍ର ‘ଷ୍ଟଣ୍ଟ୍ ଡାଇରେକ୍ଟର’ ଶ୍ୟାମ୍ କୌଶଲ ତାଙ୍କ ଜୀବନରେ ଅନେକ ସାହସିକ ଦୃଶ୍ୟର ସମ୍ମୁଖୀନ ହୋଇଛନ୍ତି। ହେଲେ ଫର୍ହା ଖାନ୍ଙ୍କ ସିନେମା ‘ଓମ୍ ଶାନ୍ତି ଓମ୍’ର ଏକ ଅଗ୍ନିକାଣ୍ଡ ଦୃଶ୍ୟ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏକ ସାକ୍ଷାତ୍କାରରେ ସେହି କହିଛନ୍ତି କି ଉକ୍ତ ଦୃଶ୍ୟର ସୁଟିଂ ସରିବା ପରେ ସେ ଏକ କୋଣରେ ବସି ଖୁବ୍ କାନ୍ଦିଥିଲେ।

ଭିକି କୌଶଲଙ୍କ ପିତା ଓ କ୍ୟାଟ୍ରିନା କୈଫ୍ଙ୍କ ଶଶୁର ସାମ୍ କୌଶଲଙ୍କ କହିବାନୁସାରେ, ତାଙ୍କୁ ସେହି ସିନ୍ରେ ହାର୍ଟ-ଆଟାକ୍ ଆସି ଯାଇଥିଲା।

ଫ୍ରାଇଡେ ଟକିଜ୍ ସହ କଥାବାର୍ତ୍ତା କରି ସେ ତାଙ୍କ ଜୀବନର ଏହି ଅଭୁଲା ଅନୁଭୂତିକୁ ବଖାଣିଛନ୍ତି। ଯେତେବେଳେ ତାଙ୍କୁ ‘ଓମ୍ ଶାନ୍ତି ଓମ୍’ର ଏହି ଚ୍ୟାଲେଞ୍ଜି ଦୃଶ୍ୟ ବିଷୟରେ ପଚରାଗଲା ତ ସେ କହିଥିଲେ କି ବାସ୍ତବରେ ନିଆଁ ଲଗାଇ ସୁଟ୍ କରିବା କିଛି କମ୍ କଥା ନଥିଲା।

ତାଙ୍କ କହିବା କଥା ହେଲା, ସେତେବେଳେ ଭିଏଫ୍ଏକ୍ସ ବେଶି ବିକଶିତ ହୋଇନଥିଲା। ନିଆ ସିନ୍ କରିବା ପାଇଁ ସେଟ୍ରେ ସତରେ ନିଆଁ ଲଗାଇବାକୁ ପଡୁଥିଲା। ସେଥିପାଇଁ ସେ ଭୟଭୀତ ହୋଇ ଯାଇଥିଲେ ।

କାରଣ ପୂରା ସେଟ୍ରେ ୬୦ ଜଣ କର୍ମଚାରୀ ଥିଲେ। ମାତ୍ର ଶାହରୁଖ୍ ଖାନ୍ ତାଙ୍କୁ ଆଶ୍ବାସନା ଦେଇଥିଲେ। କହିଥିଲେ କି ବ୍ୟସ୍ତ ହୁଅନ୍ତୁ ନାହିଁ; ମୁଁ ଆରାମରେ ବାହାରି ଆସିବି।

Related Articles

Leave a Reply

Your email address will not be published. Required fields are marked *

Back to top button