IBN ଓଡ଼ିଶା ବ୍ୟୁରୋ

ବାଙ୍ଗରଙ୍କ ପୁଅ ହେଲେ ଝିଅ

ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି। ଏଥିଲାଗି ସେ ୧୦ ମାସ ତଳୁ ହର୍ମୋନ୍ ଥେରାପି ନେବା ଆରମ୍ଭ କରିଥିଲେ। ଏବେ ଇନଷ୍ଟାଗ୍ରାମରେ ନିଜ ନୂଆ ରୂପର ରିଲ୍ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନିଜ ନାଁ ଅନନ୍ୟା ରଖିଥିବା ମଧ୍ୟ ସୂଚନା ଦେଇଛନ୍ତି।

ବଢ଼ିଲା କେଶ ସହ ଝିଅ ରୂପରେ ମଧ୍ୟ ସେ ବେଶ୍ ସୁନ୍ଦର ଦେଖା ଯାଉଛନ୍ତି।

ରବିବାର ଆର୍ଯ୍ୟନ୍ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଶକ୍ତି ହରାଇଛି କିନ୍ତୁ ଖୁସି ପାଇଛି’। ୨୩ ବର୍ଷୀୟା ଅନନ୍ୟାଙ୍କ ଅନ୍ୟ ଏକ ରିଲ୍ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଛି। ଏଥିରେ ଆର୍ଯ୍ୟନ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳୁଛନ୍ତି। ସଂପ୍ରତି ମାଞ୍ଚେଷ୍ଟରରେ ରହୁଥିବା ଆର୍ଯ୍ୟନ (ଏବେ ଅନନ୍ୟା) ପିତା ବାଙ୍ଗରଙ୍କ ଭଳି କ୍ରିକେଟ୍ ଖେଳୁଥିଲେ। ସେ ସ୍ଥାନୀୟ କ୍ଲବ୍ ଇସ୍ଲାମ ଜିମ୍ଖାନାରୁ ଖେଳୁଥିଲେ। ଏହି ବାମହାତୀ ବ୍ୟାଟର୍ ମଧ୍ୟ ଲିସେଷ୍ଟରସାୟାରର ହିଙ୍କଲେ କ୍ରିକେଟ୍ କ୍ଲବ୍ରୁ ଖେଳିଛନ୍ତି। ହର୍ମୋନ ଥେରୋପି କରିବା ପରେ ଆର୍ଯ୍ୟନ କ୍ରିକେଟ୍ ଛାଡ଼ି ଦେଇଥିଲେ। ଗତବର୍ଷ ଅଗଷ୍ଟ ମାସରେ ସେ ନିଜ ଭାବନାକୁ ନେଇ ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ୍ରେ ଲେଖିଥିଲେ, ‘ସମାଜର ନୀତିନିୟମରେ ମୁଁ ଅଣନିଶ୍ବାସୀ ହୋଇଗଲିଣି, ଶରୀର ଗୋଟେ କଥା କହୁଥିଲା ବେଳେ ମନ ଅଲଗା କଥା କହୁଛି। ପ୍ରକୃତରେ ମୁଁ କିଏ ଜାଣିପାରୁନି’।

 

Related Articles

Leave a Reply

Your email address will not be published. Required fields are marked *

Back to top button