IBN ଓଡ଼ିଶା ବ୍ୟୁରୋ

ଭରତପୁର ଥାନା ମାମଲା: ସ୍ୱତନ୍ତ୍ର ଏସଓପି ଜାରି କଲେ ସରକାର

ଭରତପୁର ଥାନା ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ଓପି । ଏନେଇ ଆଡଭକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଛନ୍ତି । ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭରତପୁର ଥାନା ମାମଲାରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି ।

ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି । ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି । ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।

ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି । ଆସନ୍ତା ମଙ୍ଗଳବାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି ।

ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କ ମିଛଧରା ପରୀକ୍ଷା ରିପୋର୍ଟ (ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟ), ବ୍ରେନ୍‌ ମ୍ୟାପିଂ ଓ ନାର୍କୋ ଆନାଲିସିସ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ତଦନ୍ତକାରୀ ଦଳ ଉକ୍ତ ରିପୋର୍ଟକୁ ସମୀକ୍ଷା କରୁଛନ୍ତି । ଗୁଜରାଟ ଗାନ୍ଧୀନଗର ଡିଏଫ୍‌ଏସ୍‌ଏଲରୁ ଏହି ରିପୋର୍ଟ ଆସିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍‌ ପରୀକ୍ଷା ହୋଇଥିଲା । ସମୀକ୍ଷା ପରେ ଏହି ରିପୋର୍ଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ରଖିବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ସେନା ଅଧିକାରୀ ଓ ପୀଡ଼ିତାଙ୍କ ମୋବାଇଲର ଫୋନ୍‌ର ଏସ୍‌ଏଫ୍‌ଏସଏଲ୍‌ରୁ ରିପୋର୍ଟ ଆସିନାହିଁ । ଉଭୟ ରିପୋର୍ଟକୁ ଅନୁଧ୍ୟାନ ଓ ଯାଞ୍ଚ କରି ମାମଲା ଉପରୁ ଖୁବଶୀଘ୍ର ପରଦା ହଟାଇବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button