IBN ଓଡ଼ିଶା ବ୍ୟୁରୋ

ଆଜିଠାରୁ ଏହି ୧୦ଟି ଖରାପ ଅଭ୍ୟାସ ଛାଡିଦିଅନ୍ତୁ, ଏହିମାନଙ୍କ କାରଣରୁ ଅଧିକାଂଶ ରୋଗ ହୋଇଥାଏ

ଆମର ଯେଉଁ ଅଭ୍ୟାସ ହୋଇଥାଏ ସେହି କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡ଼ିଥାଏ । ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆପଣ କେବଳ ଭଲ ଅଭ୍ୟାସ ଅନୁସରଣ କରନ୍ତୁ ଏବଂ ଖରାପ ଅଭ୍ୟାସକୁ ତୁରନ୍ତ ଛାଡି ଦିଅନ୍ତୁ । ଆଜି ଆମେ ଆପଣଙ୍କୁ ଏପରି କିଛି ଖରାପ ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ । ଯେଉଁ କାରଣରୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସେଥିପାଇଁ ଯଦି ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା କୌଣସି ଅଭ୍ୟାସ ଅଛି । ତେଣୁ ଏହାକୁ ତୁରନ୍ତ ଆପଣ ପରିବର୍ତ୍ତନ କରି ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ ନାହିଁ ଏବଂ ଆପଣଙ୍କ ଶରୀର ଦୁର୍ବଳ ହେବ ନାହିଁ ।

ଯଦି ଆପଣ ଏକ ସୁସ୍ଥ ଶରୀର ଚାହୁଁଛନ୍ତି, ତେବେ ଏହି ଅଭ୍ୟାସଗୁଡିକ ଛାଡିଦିଅନ୍ତୁ –

୧. ମଦ୍ୟପାନ ଏବଂ ଧୂମପାନ କରିବା ।

Google
ମଦ୍ୟପାନ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ସେଥିପାଇଁ ଯେଉଁ ଲୋକମାନେ ମଦ୍ୟପାନ କରିବାର ଅଭ୍ୟାସ ଅଛି ସେମାନେ ଏହାକୁ ଛାଡି ଦିଅନ୍ତୁ । ଅତ୍ୟଧିକ ମଦ୍ୟପାନ କରିବା ଦ୍ଵାରା ଯକୃତ ଉପରେ ପ୍ରଭାବ ପଡ଼ିଥାଏ । ଏହା ସହିତ ଦୃଦୟ ସହିତ ଜଡିତ ( ହୃଦଘାତ ) ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ମଦ୍ୟପାନ ପରି ମଧ୍ୟ ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଧୂମପାନ କରିବା ଦ୍ୱାରା ହାଡଗୁଡ଼ିକ ଦୁର୍ବଳ ହୋଇ ଯାଇଥାଏ ଏବଂ କର୍କଟ ରୋଗ ( କେନ୍ସର ) ହେବାର ଆଶଙ୍କା ମଧ୍ୟ ଅଧିକ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ୮୦-୯୦ ପ୍ରତିଶତ ଲୋକ ଫୁସଫୁସ କର୍କଟ ରୋଗ ( କେନ୍ସର ) ଧୂମପାନ କାରଣରୁ ହୋଇଥାଏ ।

୨.ପେନ୍ କିଲର ଔଷଧ ଖାଇବା

Google
ଅନେକ ଲୋକଙ୍କୁ ପେନ୍ କିଲର ଖାଇବା ଅଭ୍ୟାସ ରହିଥାଏ । ପେନ୍ କିଲର ଖାଇବା ଦ୍ୱାରା ଯନ୍ତ୍ରଣା କମ୍ ହୋଇ ଯାଇଥାଏ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ଖରାପ୍ ବୋଲି ବିବେଚନା କରାଯାଏ । ଡାକ୍ତରଙ୍କ ଅନୁସାରେ ଯେଉଁ ଲୋକମାନେ ଅଧିକ ପେନ୍ କିଲର ଖାଇଥାନ୍ତି ସେହି ଲୋକମାନଙ୍କୁ ବ୍ଲୋଡ ପ୍ରେସର୍ (ଉଚ୍ଚ ରକ୍ତଚାପ) ଏବଂ ହାର୍ଟ ଆଟାକ ( ହୃଦଘାତ)ର ଆଶଙ୍କା ଅଧିକ ରହିଥାଏ । ସେଥିପାଇଁ ଯନ୍ତ୍ରଣା ହେବା ପରେ ଆପଣ ଘୋରଇ ଉପଚାର ବ୍ୟବହାର କରି ଯନ୍ତ୍ରଣାରୁ ମୁକ୍ତି ପାଇଁ ଚେଷ୍ଟା କରନ୍ତୁ ।

୩. ଭଲ ନିଦ ନହେବା ଏବଂ ଠିକ୍ ସମୟରେ ନ ଶୋଇବା ।
ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭଲ ନିଦ ନହେବା ଯୋଗୁଁ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୁଏ ନାହିଁ । ପ୍ରର୍ଯ୍ୟାପ୍ତ ନିଦ ନ ହେବା କାରଣରୁ ଚିଡିଚିଡା ଭାବ ବା କ୍ରୋଧ ଆସିବାକୁ ଲାଗିଥାଏ ଏହା ସହିତ ଡିପ୍ରେସନ ( ଉଦାସୀନତା ) ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ସେଥିପାଇଁ ଆପଣ ପ୍ରତିଦିନ ଭଲ ନିଦ ନିଅନ୍ତୁ ଏବଂ ଅତିକମରେ ୮ ଘଣ୍ଟା ଶୋଇବା ଆବଶ୍ୟକ ।

୪. ପାଣି କମ୍ ପିଇବା ।
ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦିଓ ଅନେକ ଲୋକ କମ୍ ପାଣି ପିଥାନ୍ତି । ଯଦି ଆପଣଙ୍କର ମଧ୍ୟ କମ୍ ପାଣି ପିଇବାର ଅଭ୍ୟାସ ଅଛି, ତେବେ ଆପଣ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ ଏବଂ ପ୍ରତିଦିନ ଅତି କମରେ ୨ ଲିଟର ପାଣି ନିଶ୍ଚିତ ପିଅନ୍ତୁ । ପାଣି ପିଇବା ଦ୍ୱାରା ଶରୀର ଭିତର ସଫା ରହିଥାଏ ଏବଂ କିଡନୀ ଏବଂ ରୋଗ ପ୍ରତିରୋଧ କ୍ଷମତା ସଠିକ୍ ଭାବରେ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button