IBN ଓଡ଼ିଶା ବ୍ୟୁରୋ

କ୍ଷୀର ପିଇବା ସହ୍ୟ ହେଉ ନଥିଲେ , ଏହି ବିଶେଷ କଥା ଗୁଡିକ ଜାଣି ନିଅନ୍ତୁ

ଅନେକ ଲୋକ ହୁଏତ ଶୁଣିଥିବେ ଯେ କ୍ଷୀର ପିଇବା ସେମାନଙ୍କ ପାଇଁ ସହ୍ୟ ହୁଏ ନୁହେଁ କିମ୍ବା ସେମାନେ କ୍ଷୀର ହଜମ କରିପାରନ୍ତି ନାହିଁ। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କ୍ଷୀର ପିଇବା କିମ୍ବା କ୍ଷୀରଜାତ ଦ୍ରବ୍ୟ ଖାଇବାରେ ଅସହଜତା ହୋଇଥାଏ।

ଏହିପରି ଲୋକମାନେ ଲାକ୍ଟୋଜ ଅସହିଷ୍ଣୁ ହୋଇପାରନ୍ତି। ଲାକ୍ଟୋଜ ଏକ ପ୍ରକାର ଚିନି ଅଟେ , ଯାହାକି ସ୍ତନ୍ୟପାୟୀ ପ୍ରାଣୀମାନଙ୍କର କ୍ଷୀରରେ ପ୍ରାକୃତିକ ଭାବରେ ମିଳିଥାଏ ଏବଂ ଏହା ମଧ୍ୟ କ୍ଷୀରରେ କ୍ୟାଲୋରୀର ମୁଖ୍ୟ ଉତ୍ସ ହୋଇଥାଏ। କ୍ଷୀର ଏବଂ କ୍ଷୀରଯେ ପଦାର୍ଥରୁ ଲାକ୍ଟୋଜ ମିଳିଥାଏ। ଶରୀର ଲାକ୍ଟୋଜ ନାମକ ଏକ ଏନଜାଇମ ବ୍ୟବହାର କରେ ଯାହା ଚିନିକୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଶରୀରରେ ଏହି ପଦାର୍ଥଗୁଡ଼ିକ ଭଲ ଭାବରେ ଅବଶୋଷିତ ହୋଇଯାଏ , କିନ୍ତୁ ଯେଉଁମାନେ ଲାକ୍ଟୋଜ ଅସହିଷ୍ଣୁତାର ଶିକାର ହୁଅନ୍ତି , ସେମାନଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଲାକ୍ଟେଜ ହୁଏନାହିଁ। କ୍ଷୁଦ୍ର ଅନ୍ତନଳୀରେ ଲାକ୍ଟୋଜ ସୃଷ୍ଟି ହୁଏ।

MyUpchar ସହିତ ଜଡିତ AIIMS ର ଡକ୍ଟର ଅନୁରାଗ ଶାହି କହିଛନ୍ତି ଯେ ଅନେକ ଲୋକଙ୍କ ମଧ୍ୟରେ ଏହି ଏନଜାଇମର ମାତ୍ରା କମ୍ ଥାଏ , କିନ୍ତୁ ସେମାନେ ସହଜରେ କ୍ଷୀର ଏବଂ ଏଥିରୁ ପ୍ରସ୍ତୁତ ପଦାର୍ଥ ହଜମ କରିପାରନ୍ତି , ଏଥି ସହିତ ଯେଉଁମାନେ ଲାକ୍ଟୋଜ ଅସହିଷ୍ଣୁତାର ଶିକାର ହେଉଛନ୍ତି , ସେମାନଙ୍କର କ୍ଷୀର କିମ୍ବା କ୍ଷୀରଜାତ ପଦାର୍ଥ ଖାଇବା ପରେ କିଛି ଲକ୍ଷଣ ଦେଖାଯିବା ଆରମ୍ଭ କରିଥାଏ। ଲାକ୍ଟୋଜ ଅସହିଷ୍ଣୁତା ପାଇଁ ସେପରି କୌଣସି ଚିକିତ୍ସା ଉପଲବ୍ଧ ନାହିଁ , କିନ୍ତୁ ଲାକ୍ଟୋଜର ମାତ୍ରା କମ୍ ଥିବା ପଦାର୍ଥ ଗ୍ରହଣ କଲେ ଲକ୍ଷଣରୁ ମୁକ୍ତି ମିଳିଥାଏ।

ପେଟ ଯନ୍ତ୍ରଣା:-
ଲାକ୍ଟୋଜ ଅସହିଷ୍ଣୁତା ପେଟରେ ସମସ୍ୟା ସୃଷ୍ଟି କରିଥାଏ। ଏହି ଅବସ୍ଥା ପେଟରୁ ଆରମ୍ଭ ହୋଇଥାଏ। ଲାକ୍ଟୋଜ ଅସହିଷ୍ଣୁତା ହେଲେ ପେଟ ଫୁଲିବା ଏବଂ ଯନ୍ତ୍ରଣା ହେବାର ସମସ୍ୟା ହୁଏ। ଲାକ୍ଟୋଜ ଅସହିଷ୍ଣୁତା ସହିତ ପେଟ ଯନ୍ତ୍ରଣା ଏବଂ ଫୁଲିବା ସାଧାରଣ ଅଟେ। ଏହା ସେତେବେଳେ ହୁଏ , ଯେତେବେଳେ କୋଲନରେ ଜୀବାଣୁ ଲାକ୍ଟୋଜର ଫର୍ମେନଟେଶନ କରିଥାଏ , ଯାହା ଶରୀରରେ ଅଧା ହଜମ ଛାଡି ଦେଇଥାଏ। ନାଭି ଏବଂ ତଳ ପେଟରେ ଯନ୍ତ୍ରଣା ସାଧାରଣତଃ ହୋଇଥାଏ।

ବାନ୍ତି ସମସ୍ୟା:-
କ୍ଷୀର ଆଲର୍ଜି ଥିବା ବ୍ୟକ୍ତିଙ୍କର ପେଟରେ ସମସ୍ୟା ହେବା ସହିତ ବାନ୍ତି ମଧ୍ୟ ହୋଇପାରେ। ଏହିପରି ଲୋକମାନେ କୌଣସି ପ୍ରକାରର ଦୁଗ୍ଧଜାତ ଦ୍ରବ୍ୟ ଖାଇବା ମାତ୍ରେ ବାନ୍ତି ହେବାର ସମସ୍ୟା ଆରମ୍ଭ ହୋଇଥାଏ। ଯେପର୍ଯ୍ୟନ୍ତ ପୁରା ଦୁଗ୍ଧ ପଦାର୍ଥ ପେଟରୁ ବାହାରି ନଥାଏ , ସେପର୍ଯ୍ୟନ୍ତ ବାନ୍ତି ହେବାକୁ ଲାଗିଥାଏ।

ଅନ୍ୟାନ୍ୟ ଲକ୍ଷଣ:-

ମୁଣ୍ଡବିନ୍ଧା

ଥକାପଣ

ଏକାଗ୍ରତା ହ୍ରାସ

ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା

ପାଟି ଘା

ପରିସ୍ରାରେ ସମସ୍ୟା

କୁଣ୍ଡାଇ ହେବା

ତରଳ ଝାଡା:-

ଲାକ୍ଟୋଜ ଅସହିଷ୍ଣୁତା ତରଳ ଝାଡାର କାରଣ ହୋଇପାରେ କିମ୍ବା ବାରମ୍ବାର ଝାଡା ଯିବାକୁ ପଡିପାରେ। ଏହା ଯେତେବେଳେ ହୁଏ , ଯେତେବେଳେ ପେଟରେ ଏକ ହଜମ ହୋଇନଥିବା ଲାକ୍ଟୋଜ ଫର୍ମେନଟେଶନ ହୁଏ , ଯାହା କ୍ଷୁଦ୍ର ଚେନ୍ ଫ୍ୟାଟି ଏସିଡ୍ ଉତ୍ପାଦନ କରିଥାଏ , ଯାହା ଅନ୍ତନଳୀରେ ଜଳ ପରିମାଣ ବଢ଼ାଇଥାଏ।

ଗ୍ୟାସ ତିଆରି:-
ପେଟରେ ଲାକ୍ଟୋଜ ହଜମ ହେବା ଦ୍ୱାରା ପେଟ ଫୁଲିବାର କାରଣ ହୋଇପାରେ। ଲାକ୍ଟୋଜ ଫର୍ମେଣ୍ଟେସନରୁ ଉତ୍ପାଦିତ ଗ୍ୟାସ ଦୁର୍ଗନ୍ଧହୀନ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button