IBN ଓଡ଼ିଶା ବ୍ୟୁରୋ

ଏଭଳି ନାଟକୀୟ ଶୈଳୀରେ ଗିରଫ ହେଲେ ଏସ୍‌ଡିଏମ୍‌ଙ୍କୁ ଚାପୁଡ଼ା ମାରିଥିବା ନେତା

ନୂଆଦିଲ୍ଲୀ: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ କେଉଁ ଭଳି ଭାରେ ନାଟକୀୟ ଶୈଳୀରେ ଗିରଫ କରାଯାଇଛି ତାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।

ସେ ସହଜରେ ଆତ୍ମ ସମର୍ପଣ କରିବାକୁ ରାଜି ନଥିବାରୁ ପୁଲିସର ଏକ ଟିମ୍ ବହୁ କଷ୍ଟରେ ତାଙ୍କୁ ଗିରଫ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ସେ ଚିତ୍କାର କରି ‘‘ମୁଁ ଆତ୍ମସମର୍ପଣ କରିବି ନାହିଁ” ବୋଲି ସ୍ପଷ୍ଟ କହି ଦେଇଛନ୍ତି।

ତାଙ୍କ ଗିରଫଦାରୀକୁ ନେଇ ଟଙ୍କ୍ ଜିଲ୍ଲାର ପୁଲିସ୍ ସୁପର୍ଟେଣ୍ଡେଣ୍ଟ୍ ବିକାଶ ସଙ୍ଗୱାନ୍ କହିଛନ୍ତି, ‘‘ଆମେ ତାଙ୍କୁ କହିଲୁ ତୁମେ ଆତ୍ମ ସମର୍ପଣ କର। ଆଇନ୍କୁ ହାତକୁ ନିଅ ନାହିଁ। ମାତ୍ର ସେ କହିଲେ ‘‘ମୁଁ ଆତ୍ମସମର୍ପଣ କରିବି ନାହିଁ”।’’

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button