IBN ଓଡ଼ିଶା ବ୍ୟୁରୋ

ହ୍ବାଇଟ୍‌ ହାଉସ୍‌ରେ ଜୋ ବାଇଡେନ୍‌ଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ: ୨୦୨୧ ମସିହା ଜାନୁଆରି ୨୦ ତାରିଖରେ ହ୍ବାଇଟ୍ ହାଉସ୍ ଛାଡ଼ିଥିଲେ ଡୋନାଲ୍ଡ ଟ୍ରମ୍ପ୍। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ତାଙ୍କ ଦଳୀୟ କର୍ମୀମାନେ ପ୍ରବଳ ଉତ୍ତେଜନା ପ୍ରକାଶ କରି ଗଣ୍ଡଗୋଳ ପରିସ୍ଥିତି ଉପୁଜାଇଥିଲେ ସେ ସମୟରେ। ଦୀର୍ଘ ସାଢ଼େ ୩ ବର୍ଷର ବ୍ୟବଧାନ ପରେ ପୁଣି ଥରେ ହ୍ବାଇଟ୍ ହାଉସ୍କୁ ଯାଇଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି।

ହ୍ବାଇଟ୍ ହାଉସ୍ ଯାଇ ସେ ଆମେରିକାର ରାଷ୍ଟ୍ରପତି ଥିବା ଜୋ ବାଇଡେନ୍ଙ୍କୁ ଭେଟିଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହ୍ୱାଇଟ୍ ହାଉସରେ ସାକ୍ଷାତ ହୋଇଛି।

ଟ୍ରମ୍ପ ହ୍ବାଇଟ୍ ହାଉସ୍ରେ ପହଞ୍ଚିବା ପରେ ପୁଣି ଥରେ ସ୍ୱାଗତ ବୋଲି କହି ସ୍ୱାଗତ ଜଣାଇ ହାତ ମିଳାଇଥିଲେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍। ସେଠରେ ଟ୍ରମ୍ପ୍ ପହଞ୍ଚିବା ପରେ କିଛି ସମୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦାୟିତ୍ୱ ହସ୍ତାନ୍ତର ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୨୦୨୫ ଜାନୁଆରି ୨୦ରେ ସୁରୁଖୁରୁରେ କିପରି କ୍ଷମତା ହସ୍ତାନ୍ତର କରାଯିବ, ସେନେଇ ଆଲୋଚନା କରିଥିଲେ ଉଭୟ ବରିଷ୍ଠ ରାଜନେତା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button