IBN ଓଡ଼ିଶା ବ୍ୟୁରୋ

ଶୋଇବା ବେଳେ ଏହି 5ଟି ଭୁଲ୍ ଆପଣଙ୍କୁ କରିବ ଭିକାରୀ ! ଶୀଘ୍ର ଦେଖନ୍ତୁ ଆପଣ କରୁନାହାନ୍ତି ତ ଏହି ଭୁଲ-

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ମନୁଷ୍ୟ ଦିନ ସାରା ପରିଶ୍ରମ ପରେ ରାତିରେ କିଛି ଘଣ୍ଟା ପାଇଁ ଆରାମରେ ଶୋଇଥାଏ । ରାତ୍ରିରେ ଠିକ ଭାବରେ ନିଦ ହେବା ଦ୍ଵାରା ସକାଳୁ ଉଠିଲା ପରେ ବ୍ୟକ୍ତିର ମନ ପ୍ରଫୁଲ୍ଲିତ ରହିଥାଏ । ଏହା ସହିତ ତା’ ର ସଂପୂର୍ଣ୍ଣ ଦିନଟି ମଧ୍ୟ ଭଲ ଯାଇଥାଏ । ଆପଣମାନେ ଶୋଇବା ବେଳେ କେତେକ ନିୟମମାନ ମାନି ଶୋଇବା ଉଚିତ। ଯାହା ଦ୍ଵାରା ଆପଣଙ୍କର ଭଲ ନିଦ୍ରା ହେବା ସହ ଆପଣଙ୍କ ଯେପରି କୌଣସି ପ୍ରକାର କ୍ଷତି ନଘଟେ ।

ପ୍ରଥମେ ରାତିରେ ଶୋଇବା ସମୟରେ କେବେ ମଧ୍ୟ ମନିପର୍ସକୁ ନିଜ ମୁଣ୍ଡ ପାଖରେ ରଖୀ ଶୋଇବା ଉଚିତ ହୋଇନଥାଏ । ଏହା ଦ୍ଵାରା ଆପଣଙ୍କର ଟଙ୍କା ଅଯଥା ଭାବେ ଖର୍ଚ ହୋଇଥାଏ। ଯେଉଁ କାରଣରୁ ଆପଣ ଅଧିକ ଆୟ କରୁଥିଲେ ମଧ୍ୟ ଆପଣଙ୍କର ପରିବାରର ସଠିକ ଭାବେ ଭରଣ ପୋଷଣ ହୋଇପାରିନଥାଏ । ଦିତୀୟରେ ରାତିରେ ଶୋଇବା ସମୟ କେବେ ମଧ୍ୟ ଭୁଲ୍ ରେ ନିଜ ମୁଣ୍ଡ ପାଖରେ ଘଡି ତଥା ଘଣ୍ଟା ରଖୀ ଶୋଇବା ଉଚିତ ନୁହେଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଯାହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ । ତୃତୀୟରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଚପଲ ଥୋଇ ଶୋଇବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ସେହି ଘରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ।

ଏହା ସହିତ ସେହି ଘର ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ଚତୁର୍ଥରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ କେବେ ମଧ୍ୟ ସୁନା ଚାନ୍ଦିରୁ ତିଆରି କିଛି ମଧ୍ୟ ଜିନିଷ ଥୋଇ ଶୋଇବା ଶୁଭ ହୋଇନଥାଏ । ଏପରି କରୁଥିବା ବ୍ୟକ୍ତିର ଶୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଚାଲିଆସିଥାଏ । ଜୀବନରେ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ସେହି ବ୍ୟକ୍ତିକୁ ଅଧିକ ସଂଘର୍ଷ କରିବା ପାଇଁ ପଡିଥାଏ ।

ରାତିରେ ଶୋଇବା ସମୟରେ କୌଣସି ଧାତୁ ନିର୍ମିତ ବସ୍ତୁ ମୁଣ୍ଡ ପାଖରେ ରଖୀ ଶୋଇବା ଉଚିତ ହୋଇନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଲୁହା ବ୍ଯତୀତ ଅନ୍ୟ କେଉଁ ଧାତୁରେ ନିର୍ମିତ କୌଣସି ବସ୍ତୁକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ଅନିଷ୍ଟ ଘଟିଥାଏ । ଏହା ଦ୍ଵାରା ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ ।

 

ଘର ପରିବାରରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ । ଆପଣ ମାନେ ଯଦି ଏହି ଉପୋରୋକ୍ତ ନିୟମ ମାନି ଚଳିବେ । ତେବେ ଆପଣଙ୍କ ଉପରେ ତଥା ଆପଣଙ୍କ ଘର ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ମା ଲକ୍ଷ୍ମୀ ସର୍ବଦା ସନ୍ତୁଷ୍ଟ ରହିବେ । ଯାହା ଦ୍ଵାରା ଆପଣଙ୍କ ଘରେ ଅଧିକ ମାତ୍ରାରେ ସୁଖ, ସମୃଦ୍ଧି ଓ ଶୌହାର୍ଦ୍ଧ୍ୟ ବୃଦ୍ଧି ପାଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button