ରାଜ୍ୟ

ନେତାଙ୍କ କବ୍‌ଜାରେ ଐତିହାସିକ ବିଜେବି ଉଚ୍ଚବିଦ୍ୟାଳୟ ଜମି – Ibnodisha

[ad_1]

ଖୋର୍ଦ୍ଧା: ଖୋର୍ଦ୍ଧାରେ ଜମି ମାଫିଆ ଓ ଜମି ହଡ଼ପକାରୀଙ୍କ ଦ୍ବାରା ଶ୍ମଶାନ ଜମି, ଗୋଚର ଜମି, ମନ୍ଦିର ଜମି, ଜଙ୍ଗଲ ଜମି, ରାଜସ୍ବ ବିଭାଗର ଜମି ହଡ଼ପ ହେବା ଦେଖାଯାଇଥିଲା। ବର୍ତମାନ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସଦରମହକୁମାର ମଧ୍ୟସ୍ଥଳରେ ଥିବା ରାଜ୍ୟର ଅନ୍ୟତମ ପୁରାତନ ତଥା ଐତିହାସିକ ବିଦ୍ୟାଳୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ଜମି ମଧ୍ୟ ଜବରଦଖଲକାରୀଙ୍କ କବ୍‌ଜାରୁ ବର୍ତିପାରିନାହିଁ।

ଖୋର୍ଦ୍ଧା ସହରର ମଧ୍ୟସ୍ଥଳରେ ଥିବା ବିଜେବି ଉଚ୍ଚ ବିଦ୍ୟାଳୟର ସ୍ଥାପନ ପାଇଁ ଆଜକୁ ୧୨୫ ବର୍ଷ ପୂର୍ବେ ସ୍ଥାନୀୟ ବାଦାନ୍ୟ ବ୍ୟକ୍ତି ନିଜର ଜମି, ସମ୍ପତ୍ତି ଦାନ କରିଥିଲେ। ଲକ୍ଷ୍ୟଥିଲା ବିଦ୍ୟାଳୟ ସ୍ଥାପିତ ହେଲେ ଖୋର୍ଦ୍ଧାର ସନ୍ତାନ ଶିକ୍ଷିତ ହେବେ ଦେଶ ସ୍ବାଧୀନତାରେ ଭାଗ ନେବେ। ଦେଶକୁ ସ୍ବାଧୀନ କରିବେ। କିନ୍ତୁ ଦେଶ ସ୍ବାଧୀନ ହେବାର ୧୦୦ ବର୍ଷ ପରେ ସେହି ମହାନ ବିଦ୍ୟାଳୟକୁ ବିକି ଭାଙ୍ଗି ହଡ଼ପ କରିବାକୁ ବସିଛନ୍ତି। ବିଦ୍ୟାଳୟର ରେକର୍ଡ ଅନୁସାରେ ମୋଟ ଜମିର ପରିମାଣ ପ୍ରାୟ ୨୦ ଏକର। ଏହା ମଧ୍ୟରୁ ୧୬ ଏକର ଜମିର ପଟ୍ଟା ବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ରହିଛି। ବଳକା ୪ ଏକର ଜମିର ପଟ୍ଟା ବିଦ୍ୟାଳୟକୁ ହସ୍ତାନ୍ତର ହୋଇପାରିନାହିଁ। ରାଜ୍ୟରେ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ବିଦ୍ୟାଳୟଗୁଡ଼ିକର ପଟ୍ଟା ହସ୍ତାନ୍ତର କରାଯାଉଛି, କିନ୍ତୁ କେଉଁ ପରିସ୍ଥିତିରେ ଏହି ପଟ୍ଟା ବିଦ୍ୟାଳୟକୁ ହସ୍ତାନ୍ତର ହୋଇପାରିନାହିଁ ତା’ହା ଯେତିକି ଚିନ୍ତାଜନକ ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ପଟ୍ଟାଥିବା ୧୬ ଏକର ଜମିରୁ ପ୍ରାୟ ୬ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ କବ୍‌ଜାରେ ରଖିନାହାନ୍ତି ଏଥିରେ ଘର ଦ୍ବାର ନିର୍ମାଣ କରି ଭଡ଼ା ମଧ୍ୟ ଆଦାୟ କରି ନିଜ ପକେଟ ଭର୍ତି କରୁଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ଓ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ତଥା ବର୍ତମାନର ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏସମ୍ପର୍କରେ ଜାଣି ମଧ୍ୟ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ କେହି ମୁହଁ ଖୋଲୁନଥିବା ବେଳେ ବିଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର ରାଜୀବ ଷଡ଼ଙ୍ଗୀ କହିଛନ୍ତି ସେ ନିଜେ ଏନେଇ ଜିଲ୍ଲାପାଳଙ୍କୁ ଜୁଲାଇ ୨ ତାରିଖରେ ସମସ୍ତ ପ୍ରମାଣ ସହ ଲିଖିତ ଭାବେ ଜଣାଇଛନ୍ତି। ବିଦ୍ୟାଳୟର ମୋଟ ଜମି ୨୦ ଏକର। ୨୭ ଫେବ୍ରୁଆରୀ ୧୯୬୨ରେ ତତ୍‌କାଳୀନ ପୁରୀ ଜିଲ୍ଲାପାଳ ବିଦ୍ୟାଳୟର ପାଇଁ ୧୬ ଏକର ୨୬୮ ଡେସିମଲ ଜମି ଦେଇଥିଲେ। ଏହା ୨୫୦୫, ୨୫୦୬, ୨୫୦୭, ୨୫୦୮, ୨୫୦୯, ୨୫୧୦, ୨୫୧୧ ଓ ୨୫୧୨, ୨୫୦୩ ଏଭଳି ୯ଟି ପ୍ଲଟରେ ବିସ୍ତାରିତ। ପରେ ୧୯୬୩ରେ ଖାତା ନମ୍ବର ୨୦୬/୩୦୪ ପ୍ଲଟ ନମ୍ବର ୨୫୨୭, ୨୫୨୯ର ଜମିକୁ ବିଜେବି ଉଚ୍ଚ ବିଦ୍ୟାଳୟ ପାଇଁ କିଣାଯାଇଥିଲା ଓ୨ ଏକର ଜମି ବଦାନ୍ୟ ବ୍ୟକ୍ତି ଦାନ କରିଥିଲେ। କିନ୍ତୁ ଏହା ମଧ୍ୟରେ ବର୍ତମାନ କେବଳ ୧୬ ଏକର ଜମି ଚିହ୍ନଟ ହୋଇଥିବା ବେଳେ ବଳକା ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଏହି ଜବରଦଖଲକାରୀଙ୍କ ମଧ୍ୟରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ, ସ୍ଥାନୀୟ ରାଜନେତା ମଧ୍ୟ ଅଛନ୍ତି। ଯଦି ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଜମିର ମାପଚୁପ କରି ସଂପୂର୍ଣ୍ଣ ନଥିପତ୍ର ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ସେ ଅନୁରୋଧ କରିଛନ୍ତି।

ବିଜେବି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଦାସ କହିଛନ୍ତି ବିଦ୍ୟାଳୟର ଜମି ଜବରଦଖଲ ହୋଇଛି। ଯେଉଁମାନେ ମାଡ଼ିବସିଛନ୍ତି ସେ କଥା ସମସ୍ତେ ଜାଣନ୍ତି। ଏନେଇ ପୁରାତନ ଛାତ୍ର ସଂସଦର ବୈଠକରେ କେବଳ ଆଲୋଚନା ହୋଇଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇପାରିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button