ଧୋକାବାଜ୍ ଲୋକଙ୍କୁ ଚିହ୍ନିବାର ୧୦ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ ନହେଲେ ପରେ ପଶ୍ଚାତାପ କରିବେ
ଆଜି ଆମେ ଜାଣିବା ଜୀବନର ବେଷ୍ଟ ମଣିଷକୁ କେମିତି ଚିହ୍ନିବେ । ଯେମିତି ଆମ ଜୀବନରେ ନକଲି ମଣିଷ ଥାନ୍ତି ତାଙ୍କୁ କେମିତି ଚିହ୍ନିବେ । ଏମିତି ଆମକୁ ଧୋକା ବହୁତ୍ ଲୋକଙ୍କ ଠାରୁ ମିଳିଥାଏ ଯେମିତି ନିଜ ପ୍ରେମିକା ଠାରୁ ଧୋକା ମିଳିଥାଏ, boy friend ଠାରୁ ଧୋକା ମିଳିଥାଏ, ସାଙ୍ଗମାନଙ୍କ ଠାରୁ ଧୋକା ମିଳିଥାଏ, ନିଜ ପରିବାର ଲୋକଙ୍କ ଠାରୁ ଧୋକା ମିଳିଥାଏ ତେବେ ଆଜି ଜାଣିବା ଧୋକା ବାଜ୍ ଲୋକଙ୍କୁ କେମିତି ଚିହ୍ନିବେ । ଆପଣଙ୍କୁ ଧୋକା ଦେବା ପୂର୍ବରୁ ଆପଣ ତାଙ୍କୁ ନିଜ ଜୀବନ ଠାରୁ ଦୂରେଇ ଦେବେ, ତେବେ କେମିତି କରିବେ । ଏବେ ଚାଲନ୍ତୁ ଜାଣିବା ଧୋକାବାଜ ଲୋକଙ୍କୁ କେମିତି ଚିହ୍ନିବେ ବା ଜାଣିବେ ।
୧. ପ୍ରଥମେ କେମିତି ଚିହ୍ନିବେ ନା fake ଲୋକ ସବୁବେଳେ ଭଲ ଖୋଜିବାରେ ଲଗନ୍ତି । ତାଙ୍କୁ ବହୁତ୍ ଦିନ ଲାଗିଥାଏ ଭଲ ଖୋଜିବା ପାଇଁ କିନ୍ତୁ ତାଙ୍କୁ ଭଲ ମିଳିନଥାଏ । ଭଲ କ’ଣ ଖୋଜନ୍ତି ନା ସେ ପ୍ରଥମେ ୨ କି ୩ ଜଣ ଲୋକଙ୍କୁ ବାଛନ୍ତି । ସେଥି ମଧ୍ୟରୁ ଯିଏ ଭଲ ମଣିଷ ତାଙ୍କ ସହିତ ନିଜର ବନ୍ଧୁତା କରିଥାନ୍ତି। ଏହିମାନେ କ’ଣ କରନ୍ତି ନା ଜଣକ ଠାରୁ ଯଦି ଅନ୍ୟ ଜଣେ ଅଧିକ ଭଲ ମଣିଷ ମିଳିଯାଏ ତେବେ ଅନ୍ୟ ଜଣକ ସହ ବନ୍ଧୁତା କରି ନେଇଥାନ୍ତି । ତାଙ୍କୁ ଛାଡି ଅନ୍ୟ ଜଣଙ୍କୁ ଧରି ନିଅନ୍ତି । ପୁଣି କ’ଣ କରନ୍ତି ନା ତାଙ୍କ ଠାରୁ ଯଦି ଅଧିକ ଭଲ ଅନ୍ୟ ଜଣେ ମିଳିଯାଏ ତେବେ ତାଙ୍କୁ ଛାଡି ଅନ୍ୟ ଜଣକୁ ବନ୍ଧୁତା କରି ନିଅନ୍ତି । ଏମାନେ କ’ଣ କରନ୍ତି ନା ସବୁବେଳେ ଧୋକା ଦେବାରେ ଲାଗନ୍ତି । ଏମାନଙ୍କୁ ଜୀବନ ସାରା ଭଲ ମଣିଷ ମିଳିନଥାଏ । ଏମାନଙ୍କୁ କୁହାଯାଏ ଧୋକା ବାଜ ମଣିଷ । ଏମାନଙ୍କ ଠାରୁ ଦୂରରେ ରହିବା ଦରକାର । ଏମାନଙ୍କୁ କେବେବି ଭରଷା କରିବେ ନାହିଁ ।
Google
୨. ଦ୍ଵିତୀୟ ହେଉଛି ତାଙ୍କ body language ରୁ ଜାଣିପାରିବେ । ଯେଉଁ ମାନେ ଧୋକା ବାଜ ମଣିଷ ସେମାନେ କେବେବି ଆଖିରେ ଆଖି ମିଶାଇ କଥା ହେଇ ପାରନ୍ତି ନାହିଁ । ଆପଣ ନିଯେବି ପରୀକ୍ଷା କରି ଥିବେ ଆପଣ ଯେବେ ମିଛ କହୁଥିବେ ଆଖିରେ ଆଖି ମିଶାଇ କଥା କହି ପାରିବେ ନାହିଁ । ଯେତେ ଚାହିଁଲେ ବି ଆଖିରେ ଆଖି ମିଶାଇ କଥା କହିପାରିବେ ନାହିଁ । ଯାହାକି ଏଗୁଡିକ ଧୋକା ବାଜ ମଣିଷର ଲକ୍ଷଣ । କାରଣ ଯେଉଁ ମଣିଷ ଧୋକା ଦେଇଥାଏ ସେ ଆଖିରେ ଆଖି ମିଶାଇ କଥା କହିପାରେ ନାହିଁ । ଯେବେବି କଥା ହୁଅନ୍ତି ତାଙ୍କର bady language ବଦଳି ଯାଇଥାଏ ଯେପରି ଗୋଡ଼ ଏପଟ ସେପଟ କରିବାରେ ଲଗାନ୍ତି । ତେବେ ଏହି ସବୁରୁ ଜାଣି ଯିବ ସେ ଧୋକା ବାଜ ମଣିଷ ।
୩. ତୃତୀୟରେ କେମିତି ଜାଣିବେ ନା ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଅଧିକ ଆବଶ୍ୟକତା ଥାଏ ସେ ଆପଣଙ୍କୁ ଛାଡ଼ି ଚାଲିଯାନ୍ତି । ଆପଣ ଦେଖିଥିବେ ଆପଣଙ୍କ ଜୀବନରେ କିଛି ଲୋକ ଖାସ୍ ହୋଇଥାନ୍ତି ଯେପରି ଆପଣଙ୍କ ପ୍ରେମିକା, boy friend, ପରିବାରର କୌଣସି ବ୍ୟକ୍ତି କିମ୍ବା ସାଙ୍ଗ ଯିଏ ବି ହେଉନ୍ତୁ ତାଙ୍କୁ ଆପଣ ଅଧିକ ବିଶ୍ୱାସ କରୁଥିଲର , ଅନ୍ଧ ଭଳି ବିଶ୍ୱାସ କରୁଥିଲେ, ଆଉ ଆପଣଙ୍କୁ ଲାଗେ ଏହି ମଣିଷ ଆପଣଙ୍କୁ ଛାଡ଼ି ଚାଲି ଯିବେ ନାହିଁ । କିନ୍ତୁ ଠିକ୍ ସେହି ସମୟରେ ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଆବଶ୍ୟକତା ଥାଏ କିନ୍ତୁ ସେ ଛାଡ଼ି ଚାଲିଯାନ୍ତି । ଆଉ ଯେତେ ଡାକିଲେ ମଧ୍ୟ ଆପଣଙ୍କ ପାଖକୁ ଫେରି ଆସନ୍ତି ନାହିଁ , ବାହାନା କରନ୍ତି । କ’ଣ ପାଇଁ ନା ଭରଷା ଓ ବିଶ୍ୱାସ ଭାଙ୍ଗୁ ଥିବା ମଣିଷ ଧୋକା ବାଜ ମଣିଷ ବା fake ମଣିଷ ହୋଇଥାନ୍ତି । ଏହିପରି ମଣିଷଙ୍କ ଠାରୁ ଦୂରରେ ରହିବା ବହୁତ୍ ଭଲ ହୋଇଥାଏ ।