ମନୋରଞ୍ଜନ

ପୁରୁଷ ବାହାରେ, ମହିଳା ଘରେ କାମ କରିବା ନିୟମ ଆମ ଘରେ ଚାଲେନି: ‘ଅନୁପମା’‌ ଫେମ୍‌ ରୁପାଲୀ ଗାଙ୍ଗୁଲୀ – Ibnodisha

[ad_1]

ମୁମ୍ବାଇ: ‘ଷ୍ଟାର୍‌ପ୍ଲସ୍‌’ରେ ପ୍ରସାରିତ ହେଉଥିବା ଟିଭି ଧାରାବାହିକ ‘ଅନୁପମା’‌ରେ ମୁଖ୍ୟ ଭୂମିକା ନଭାଇଥିବା ରୁପାଲୀ ଗାଙ୍ଗୁଲୀ ଘରେ ଘରେ ଲୋକପ୍ରିୟ ପାଲଟି ପାରିଛନ୍ତି। ଅନୁପମାଙ୍କ ଚରିତ୍ରରେ ଦର୍ଶକ ତାଙ୍କୁ ଖୁବ୍ ଭଲପାଇବା ଓଜାଡ଼ି ଦେଉଛନ୍ତି। ଏହା ପୂର୍ବରୁ ତାଙ୍କୁ ‘ସାରାଭାଇ ଭର୍ସେସ୍‌ ସାରାଭାଇ’ ଧାରାବାହିକରେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ହେଲେ ପୁଅ ରୁଦ୍ରାଂଶର ଜନ୍ମ ପରେ ସେ ଅଭିନୟ ଦୁନିଆରୁ ୭ ବର୍ଷର ବିରତି ନେଇଥିଲେ। ଏହାପରେ ପୁଣି ଟିଭିରେ ଜବରଦସ୍ତ ଫେରସ୍ତ କରିଛନ୍ତି ରୁପାଲୀ। ନିକଟରେ ରୁପାଲୀ ଦେଇଥିବା ଏକ ସାକ୍ଷାତ୍‌କାରେ ନିଜ ସଫଳତାରେ ‌ସମସ୍ତ ଶ୍ରେୟ ସେ ତାଙ୍କ ସ୍ବାମୀ ଅଶ୍ବିନୀଙ୍କୁ ଦେଇଛନ୍ତି। ସେ କୁହନ୍ତି କି ତାଙ୍କ ସ୍ବାମୀଙ୍କ କାରଣରୁ ‌ହିଁ ସେ ଅଭିନୟ ଦୁନିଆକୁ ପୁଣି ଥ‌ରେ ଫେରି ପାରିଛନ୍ତି।

ଇଟାଇମ୍ସକୁ ରୁପାଲୀ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ସମାଜରେ ଏପରି କିଛି ନିୟମ ରହିଛି ‌ଯେ ମହିଳା ଘ‌ର ସମ୍ଭାଳିବ ଓ ପୁରୁଷ ବାହାରକୁ ଯାଇ କାମ କରିବ। ହେଲେ ଆମ ଘରେ ଏହି ନିୟମକୁ ଆମେ ମାନୁନା। ମୋ ସ୍ବାମୀ ନିଜ ଇଚ୍ଛାରେ ଘରେ ରହିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମୁଁ ମୋ କ୍ୟାରିୟର୍‌କୁ ସମୟ ଦେଇପାରୁଛି। ମୁଁ ଆଜି ଖୁସିର ସହ ଏକଥା କହିପାରୁଛି ଯେ ମୋ ପୁଅ ତା ପାପାଙ୍କର ଖୁବ୍‌ ନିକଟତର। ତା ପାପା ତା’ର ବଢ଼ିଆ ଯତ୍ନ ନିଅନ୍ତି। ସୁଟିଂରେ ବ୍ୟସ୍ତ ରହିବା କାରଣରୁ କେବେ କେବେ ମୁଁ ମୋ ପୁଅକୁ ଠିକ୍‌ ଭାବେ ସମୟ ଦେଇପାରେନି। ତା’ ପାପା ହିଁ ତାକୁ ସମ୍ଭାଳନ୍ତି।

ସୂଚନାଯୋଗ୍ୟ, ରୁପାଲୀ ଏବଂ ଅଶ୍ବିନୀଙ୍କ ବାହାଘର ୨୦୧୩ ମସିହାରେ ହୋଇଥିଲା। ବିବାହର ୨ ବର୍ଷ ପରେ ତାଙ୍କ ପୁଅ ଜନ୍ମ ନେଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button