ଦେଶ

କେନାଲରେ ଖସିପଡିଲା ସ୍କର୍ପିଓ ; ୫ ମୃତ – Ibnodisha

[ad_1]

ବିହାର : ବିହାରର ସରଣ କେନାଲରେ ଖସିପଡିଲା ଏକ ସ୍କର୍ପିଓ । ସ୍କର୍ପିଓଟି ଛଅ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଅନ୍ଧାର ରାତିରେ ଯାତ୍ରା କରୁଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ଗାଡିଟି କେନାଲ ତଳକୁ ଖସିପଡିଥିଲା। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବରପାଇ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ମୃତକଙ୍କୁ ଉଦ୍ଧାର କରିବା ସହ ଜଣକୁ ଗୁରୁତର ଭାବେ ଉଦ୍ଦାର କରିଥିଲା। ଗୁରୁତର ବ୍ୟକ୍ତିକୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ପୋଲିସ ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ସଦାର ମେଡିକାଲ ପଠେଇଛି। ବଞ୍ଚିଯାଇଥିବା ବ୍ୟକ୍ତି ଜଣକ ସାହାସର ସ୍କର୍ପିଓରୁ ବାହାରି ନିଜ ଜୀବନ ରକ୍ଷା କରିପାରିଥିଲା। ପରିବାରର ଛଅଜଣ ବ୍ୟକ୍ତି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଗୋପାଳଗଞ୍ଜକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବରପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button