IBN ଓଡ଼ିଶା ବ୍ୟୁରୋ

ହିନ୍ଦୁ ଧର୍ମ ରେ ସମାନ ଗୋତ୍ରରେ ବିବାହ କଲେ ହୁଏ ବଡ଼ ସମସ୍ୟା, ଜାଣନ୍ତୁ କଣ ରହିଛି କାରଣ

ଆପଣ ଜାଣିଥିବେ ଯେ ହିନ୍ଦୁ ଧର୍ମରେ ସମାନ ଗୋତ୍ର ମଧ୍ୟରେ ବିବାହ ନିଷେଧ, ହେଲେ ଏଭଳି କାହିଁକି ହୁଏ ? ତେବେ ଆସନ୍ତୁ ଜାଣନ୍ତୁ କାହିଁକି ସମାନ ଗୋତ୍ରରେ ବିବାହ କରାଯାଏନାହିଁ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ଼ ମହତ୍ତ୍ବ ରହିଛି । ଏହା ସହ ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ଦେବା ଖୁବ୍ ଜରୁରୀ ବୋଲି ମନେକରାଯାଏ ।

ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେ​‌ବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ । ତେବେ ଆସନ୍ତୁ ଜାଣିବା କାହିଁକି ଆମ ସମାଜରେ ଗୋଟିଏ ଗୋତ୍ରାରେ ବିବାହ କରିବାକୁ ଦିଆଯାଏ ନାହିଁ ଏବଂ ଏହା ପଛର କାରଣ କଣ…

ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି ମନେକରାଯାଏ, କାରଣ ଦୁହିଁଙ୍କ ପୂର୍ବଜ ସମାନ ଥିଲେ ତେଣୁ ସେମାନେ ସ୍ବାମୀ-ସ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଶାସ୍ତ୍ର ଅନୁସାରେ ସାତ ପିଢ଼ି ପରେ ଗୋତ୍ର ବଦଳି ଯାଇ ଥାଏ ଏବଂ ସମାନ ଗୋତ୍ରରେ ବିବାହ କରାଯାଇପାରେ ହେଲେ କିନ୍ତୁ ଏହାକୁ ନେଇ ମଧ୍ୟ ବହୁତ ମତଭେଦ ରହିଛି ।

ଆହୁରି ପଢନ୍ତୁ :- କଳିଯୁଗରେ ଏହିସବୁ ପାପ କଲେ ସିଧା ନର୍କକୁ ଯିବେ, ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ
ସେଭଳି ଗୋଟିଏ ଗୋତ୍ରରେ ବିବାହ ନକରିବାର ଆଉ ଏକ କାରଣ ରହିଛି । ତାହା ହେଲା ସନ୍ତାନ ଜନ୍ମ ହେବା ବେଳେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ବିକୃତି ଆସିଥାଏ । ତେଣୁ ଗୋଟିଏ ଗୋତ୍ରରେ ବିବାହ ସମ୍ଭବ ନୁହେଁ ବୋଲି ବିଶ୍ୱାସ କରାଯାଏ ।

ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ତେବେ ଜଣେ ନୁହେଁ ବଂର ୩ଟି ଗୋତ୍ରକୁ ଛାଡ଼ିକି ବିବାହ କରାଯାଏ । ମା-ବାପା ଓ ଆଈର ଗୋତ୍ରକୁ ଛାଡ଼ିବା ପରେ ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ । ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ନୁହେଁ ।

ସେଭଳି ମାନ୍ୟତା ରହିଛି ଯେ, କୌଣସି ନିକଟତମ ସମ୍ପର୍କୀୟଙ୍କୁ ବିବାହ କରିବା ଫଳରେ ପିଲା ଭିତରେ ଯେଉଁ ଜିନ୍ ହୁଏ ସେଥିରେ କିଛି ଦୋଷ ରହିଯାଏ । ଯାହାଫଳରେ ପିଲାମାନଙ୍କର ବିକାଶ ଠିକ୍ ଭାବରେ ହୋଇପାରିନଥାଏ ।

ବୈଜ୍ଞାନିକମାନଙ୍କ ବିଶ୍ୱାସ ଅନୁଯାୟୀ, ଜେନେଟିକ୍ ସୁସଙ୍ଗତତା ଏବଂ ହାଇବ୍ରିଡ୍ ଡିଏନ୍ଏ ହେତୁ ଗୋତ୍ର ସମାନ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେତୁ ପିଲାମାନଙ୍କଠାରେ ଅନେକ ପ୍ରକାରର ସମସ୍ୟା ଉପୁଜେ । ସମାନ ଦମ୍ପତି ଙ୍କ ସନ୍ତାନଙ୍କ ମଧ୍ୟରେ ସେହି ବିଚାରଧାରା ଦେଖିବାକୁ ମିଳିଥାଏ । କୌଣସି ନୂଆ ଚିନ୍ତାଧାରା ପ୍ରକୃତିର ସନ୍ତାନ ମଧ୍ୟରେ ଦେଖିବାକୁ ମିଳିନଥାଏ ଏବଂ ଏହା ସହ ସମାନ ଗୋତ୍ରରେ ବିବାହ ପରେ, ସେହି ଗୋତ୍ରର ତ୍ରୁଟି, ରୋଗ ଏବଂ ଶାରୀରିକ ସମସ୍ୟା ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତରିତ ହୁଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button