ଗାଡ଼ି ଧୀରେ ଚଳାଇବା ମଧ୍ୟ ଆହୁରି ବିପଜ୍ଜନକ: ‘କୁବେର ଗ୍ରୁପ୍’ ମାଲିକଙ୍କ ଓକିଲ – Ibnodisha

[ad_1]
ନୂଆଦିଲ୍ଲୀ: ‘ଏକ୍ସପ୍ରେସ୍ୱେ’ରେ ଧୀରେ ଗାଡ଼ି ଚଳାଇବା ‘ଅଧିକ ବିପଜ୍ଜନକ’ ବୋଲି ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍ୱେ’ରେ ‘ରୋଲ୍ସ୍-ରଏସ୍’ କାର୍ ଦୁର୍ଘଟଣାରେ ଆହତ ହୋଇଥିବା ‘କୁବେର୍ ଗ୍ରୁପ୍’ର ମାଲିକ ବିକାଶ ମାଲୁଙ୍କ ଓକିଲ କେ. ଆର୍. ଠାକୁର ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ, ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍ୱେ’ରେ ମଙ୍ଗଳବାର ଦିନ ଘଣ୍ଟାପ୍ରତି ୨୦୦ କିଲୋମିଟର୍ ବେଗରେ ଗତି କରୁଥିବା ‘କୁବେର୍ ଗ୍ରୁପ୍’ର ନିର୍ଦେଶକ ବିକାଶ ମାଲୁଙ୍କ ‘ରୋଲ୍ସ୍-ରଏସ୍ ଫ୍ୟାଣ୍ଟମ୍’ କାର୍ ନୁହ୍ ଅଞ୍ଚଳରେ ଏକ ପେଟ୍ରୋଲ୍ ଟ୍ୟାଙ୍କର୍କୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର୍ରେ ଥିବା ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଡ୍ରାଇଭର୍ ଓ ହେଲ୍ପର୍ଙ୍କର ମୃତ୍ୟୁ ଘଟିଥିଲା। ସେହିପରି, ଡ୍ରାଇଭର୍ଙ୍କୁ ଛାଡ଼ି କାର୍ର ଥିବା ମାଲୁ ଓ ଦିବ୍ୟା ନାମ୍ନୀ ତାଙ୍କର ଜଣେ ପରିଚିତ ମହିଳା ଆହତ ହୋଇଥିଲେ ବୋଲି ପୁଲିସ କହିଛି।
ଦିନ ପ୍ରାୟ ୧୧ଟା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଉକ୍ତ କାର୍ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଟ୍ୟାଙ୍କର୍ ବି ଭାଙ୍ଗିରୁଜି ଧାତବସ୍ତୂପ ପାଲଟି ଯାଇଛି।
ସମ୍ପ୍ରତି ମାଲୁ ଗୁରୁଗ୍ରାମରେ ଚିକିତ୍ସାଧୀନ ଅଛନ୍ତି। ନୁହ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ନରେନ୍ଦ୍ର ବିଜରାନିୟା କହିଛନ୍ତି ଯେ, ନାଗିନା ଥାନାରେ ‘ଏଫ୍ଆଇଆର୍’ ପଞ୍ଜୀକରଣ କରାଯାଇ ଦତନ୍ତ ଆରମ୍ଭ ହୋଇଛି।

ଆଗରୁ ପୁଲିସ କହିଥିଲା ଯେ, ରାସ୍ତାରେ ଯାଉଥିବା ବେଳେ ଗତି ବଢ଼ାଇ ‘ରୋଲ୍ସ୍-ରୟସ୍’ ଟ୍ୟାଙ୍କର୍କୁ ଅତିକ୍ରମ କରି ହଠାତ୍ ‘ୟୁ-ଟର୍ଣ୍ଣ’ ଦେବାରୁ ଦୁର୍ଘଟଣା ଘଟିଛି। ତେଣୁ, ଦୁର୍ଘଟଣା ପାଇଁ କାର୍ ହିଁ ସମ୍ପୂର୍ଣ୍ଣ ଦାୟୀ।
‘ଏକ୍ସପ୍ରେସ୍ୱେ’ରେ ଗାଡ଼ି ସର୍ବାଧିକ ଘଣ୍ଟାପ୍ରତି ୧୨୦ କିଲୋମିଟ୍ ବେଗରେ ଚଳାଇବାକୁ ଅନୁମତି ରହିଛି, କିନ୍ତୁ ମାଲୁଙ୍କ କାର୍ ୨୦୦ କିଲୋମିଟର୍ ବେଗରେ ଚାଲୁଥିଲା ବୋଲି ପୁଲିସ କହିଛି।
ଏ କଥାରେ ପ୍ରତିକ୍ରିୟା ବ୍ୟକ୍ତ କରି ମାଲୁଙ୍କ ଓକିଲ ‘ଏକ୍ସପ୍ରେସ୍ୱେ’ରେ ଗାଡ଼ି ଧୀରେ ଚଳାଇବା ବିପଦ ବୋଲି ଗଣମାଧ୍ୟମକୁ କହିଛନ୍ତି।

ବିକାଶ ମାଲୁଙ୍କ ଓକିଲ ଆର୍. କେ. ଠାକୁର କହିଛନ୍ତି, ମାଲୁ ଗାଡ଼ି ଚଳାଇବା ଅବସ୍ଥାରେ ନ ଥିଲେ। ବିକାଶ ମାଲୁଙ୍କୁ ସ୍ବାସ୍ଥ୍ୟାବସ୍ଥା ଏମିତି ଯେ, ସେ ଠିକ୍ ଭାବରେ ଚାଲି ପାରୁ ନାହାନ୍ତି। ଗାଡ଼ି ଚଳାଇବେ କେମିତି। ତେଣୁ, ତାଙ୍କ ଗାଡ଼ି ଚଳାଇବା ପାଇଁ ୭/୮ଜଣ ଡ୍ରାଇଭର୍ ଅଛନ୍ତି। ତସ୍ବିର୍ ନାମରେ ଜଣେ ଡ୍ରାଇଭର୍ ସେ କାର୍ ଚଳାଉଥିଲେ। କିନ୍ତୁ, ଗାଡ଼ି ଧୀରେ କି ଦ୍ରୁତ ଗତିରେ ଚଳାଇବା ଲାଗି ସେ ଡ୍ରାଇଭର୍ଙ୍କୁ କହି ନ ଥିଲେ।
ସେ କାର୍ଟିକୁ ପରୀକ୍ଷାମୂଳକ ଭାବେ ଡ୍ରାଇଭର୍ଦ୍ବାରା ଚଳାଉଥିବା ବେଳେ ଟ୍ୟାଙ୍କର୍ ଭୁଲ୍ ରାସ୍ତାରେ ଆସି ‘ୟୁ-ଟର୍ଣ୍ଣ’ ନେଇଥିବା କଥା ସେ କହିଛନ୍ତି।
[ad_2]




