ଟିମ୍ ଇଣ୍ଡିଆର ଅଭ୍ୟାସ; ରାହୁଲଙ୍କ ଉପରେ ନଜର ରଖିଲେ ରୋହିତ – Ibnodisha

[ad_1]
ଅଲୁର: ଏସିଆ କପ୍ ପାଇଁ ୧୭ ଜଣିଆ ଭାରତୀୟ ଦଳରେ ଲୋକେଶ ରାହୁଳଙ୍କୁ ସାମିଲ କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ନଥିବା ସତ୍ତ୍ୱେ ତାଙ୍କୁ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦଳରେ ସାମିଲ କରିଛି । ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିବା ବେଳେ ସେ ଏସିଆ କପ୍ର ପ୍ରଥମ ଦୁଇ ମ୍ୟାଚ୍ ଖେଳିବେ ନାହିଁ ବୋଲି ମଧ୍ୟ କୁହାଯାଉଛି । ଏବେ ଅଲୁରଠାରେ ଭାରତୀୟ ଦଳ ଅଭ୍ୟାସ ଶିବିରରେ ଯୋଗ ଦେଇଛି । ଶୁକ୍ରବାର ଦଳର ଖେଳାଳି ଅଭ୍ୟାସ ଆରମ୍ଭ କରିଥିବା ବେଳେ ସମସ୍ତଙ୍କ ନଜର ରାହୁଲଙ୍କ ଉପରେ ରହିଥିଲା ।
୩୧ ବର୍ଷୀୟ ରାହୁଲ ଦୀର୍ଘ ଘଣ୍ଟା ଧରି ନେଟ୍ସରେ ଅଭ୍ୟାସ କରିଥିଲେ । ଏପରିକି ସେ ଅଭ୍ୟାସ ସମୟରେ ନିଜସ୍ୱ ବ୍ୟାଟିଂ ମଧ୍ୟ କରିଥିଲେ । ଯାହା ଭାରତୀୟ ଦଳ ପାଇଁ ଶୁଭଖବର ଦେଇଛି । ରାହୁଲଙ୍କ ଅଭ୍ୟାସକୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଚୟନକର୍ତ୍ତା ଅଗରକର ଦୀର୍ଘ ସମୟଧରି ଲକ୍ଷ୍ୟ କରିଥିଲେ । ଦୁଇ ଦ୍୍ରୁତ ବୋଲର ଶର୍ଦ୍ଦୁଲ ଠାକୁର ଓ ଆକାଶ ଦୀପ ଲଗାତାର ଦ୍ରୁତ ଗତିରେ ରାହୁଲଙ୍କୁ ବୋଲିଂ କରିଥିଲେ ମଧ୍ୟ କୌଣସି କ୍ଷେତ୍ରରେ ସେମାନେ ରାହୁଲଙ୍କ ଉପରେ ଚାପ ପକାଇବାକୁ ସକ୍ଷମ ହୋଇନଥିଲେ । ପରେ ଦୁଇ ସ୍ପିନର ଅକ୍ଷର ପଟେଲ ଓ ମୟଙ୍କ ମର୍କଣ୍ଡେ ବୋଲିଂ କରିଥିଲେ । ଏହି ଦୁଇ ସ୍ପିନରଙ୍କ ବିପକ୍ଷରେ ରାହୁଲ ସ୍ପିପ୍, ପୁଲ ଓ ରିଭର୍ସସ୍ୱିପ୍ ଶଟ୍ମାନ ଖେଳିଥିଲେ ।
୧୭ ଜଣିଆ ଦଳରେ ମଧ୍ୟମକ୍ରମରେ ଖେଳିବା ପାଇଁ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟରଙ୍କୁ ମଧ୍ୟ ସାମିଲ କରାଯାଇଛି । ଶ୍ରେୟସ୍ ଦିନିକିଆ କ୍ରିକେଟ୍ରେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବେଳେ ଆହତ ସସମ୍ୟା ପାଇଁ ଦଳରୁ ବାଦ ପଡ଼ିଥିଲେ । ଏପରିକି ସେ ଏସିଆ କପ୍ ପାଇଁ ଏନ୍ସିଏଠାରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍ରେ ୧୯୯ ରନ୍ ସଂଗ୍ରହ କରିବା ସହ ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ କରି୍ଥିଲେ । ଯାହା ତାଙ୍କ ଫର୍ମ ଓ ଫିଟ୍ନେସ୍ର ପ୍ରମାଣ ଦେଇଥିଲା । ଏବେ ରାହୁଲଙ୍କୁ ନେଇ ଯେଉଁ ସମାଲୋଚନା କରାଯାଉଥିଲା ସେସବୁକୁ ରାହୁଲଙ୍କ ଅଭ୍ୟାସ ବନ୍ଦ କରିବାର ସମ୍ଭାବନା ସୃଷ୍ଟି କରିଛି ।
ଅଭ୍ୟାସରେ ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଓ ଶୁବମାନ ଗିଲ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ୟସ୍ ଦୟାଲଙ୍କ ବିପକ୍ଷରେ ଖେଳିଥିଲେ । ବ୍ୟାଟର ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦକ ମହମ୍ମଦ ସାମି ଓ ଦୟାଲଙ୍କୁ ଖେଳିଥିଲେ । ସମସ୍ତ ବ୍ୟାଟରଙ୍କୁ ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ବୋଲିଂ କରିଥିଲେ । ୱିକେଟ କିପର ଇଶାନ୍ କିଶାନ୍ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ ସହ ଦୀର୍ଘସମୟ ବିତାଇଥିଲେ ।
[ad_2]




