ଲାଉ ଜୁଷ ସେବନ କରିଲେ ମିଳିଥାଏ 6 ଜବରଦସ୍ତ ଫାଇଦା !
ବନ୍ଧୁଗଣ ଲାଉ ଏକ ଏଭଳି ପାରିବା ଯାହାର ଉପଯୋଗ ବହୁ ଅଧିକ ହୋଇଥାଏ । କିଛି ଲୋକ ଏହାକୁ ଖାଇବା ମଧ୍ୟ ପସନ୍ଦ କରିନଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଲାଉ ଆପଣଙ୍କ ଶରୀର ପାଇଁ ଆଣିଦେଇଥାଏ ବହୁତ ଅଧିକ ଚମତ୍କାରୀ ଫାଇଦା । ଲାଉରୁ ମିଳୁଥିବା ଫାଇଦା ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଆଉ ଲାଉ ଖାଉନଥିଲେ ଖାଇବେ ଲାଉ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଲାଉକୁ ଆପଣ କିଭଳି ଜୁସ କରି ସେବନ କରିବେ ଏବଂ ତାହାର ଫାଇଦା ପାଇପାରିବେ ।
ସାଧାରଣ ଭାବରେ କୁହାଯାଏ କି ଜୁସ ଠାରୁ ଅଧିକ ଫାଇଦା ଦେଇଥାଏ ଗୋଟା ପରିବା କିମ୍ବା ଫଳ । କିନ୍ତୁ ସବୁ ଜୁସ ଗୋଟିଏ ପ୍ରକାର ହୋଇନଥାଏ । ଲାଉ ଭିତରେ ସୁଗାର ନାଁ ବରାବର ରହିଥାଏ । ଆଉ ଏହାର ଜୁସ ଭିତରେ ଫାଇବର ମଧ୍ୟ ବହୁତ ଅଧିକ ମିଳିଥାଏ । ଲାଉରେ ଭିଟାମିନ- c ଅଧିକ ମାତ୍ରାରେ ରହିଥାଏ । ଲାଉର ଜୁସ ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।
ଲାଉ ଜୁସ ଆପଣ ନିୟମିତ ସେବନ କରିବା ଦ୍ଵାରା ଆପଣଙ୍କ ବଢି ଯାଇଥିବା କୋଲେଷ୍ଟ୍ରଲ କମ୍ ହେବାକୁ ଲାଗିଥାଏ । ଏବଂ ଏହା ଆପଣଙ୍କ ବଢିଯାଇଥିବା ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରିବା କାମ କରିଥାଏ । ଏଥିରେ ବହୁତ କମ ମାତ୍ରାରେ ସୋଡିୟମ ଥିବାରୁ ଏହା ଆପଣଙ୍କ ଶରୀରରୁ ପରିସ୍ରା ଆସିବାର ମାତ୍ରା ବଢାଇ ଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ବ୍ଲଡ଼ ପ୍ରେସର କମ୍ ହେବାକୁ ଲାଗିଥାଏ ।
ଲାଉ ଏକ ଲୋ ଗ୍ଲାଇସେମିକ ଇଣ୍ଡେସ୍କ ପରିବା ଅଟେ । ସୁଗାର ମାତ୍ରା ମଧ୍ୟ ଏଥିରେ କମ୍ ରହିଥାଏ । ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଅଧିକ ଭଲ ରହିଥାଏ । ଲାଉ ଜୁସ ବହୁତ ଲୋକ ନିଜର ଓଜନ କମାଇବା ପାଇଁ ସେବନ କରିଥାନ୍ତି । ଲାଉରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ । କ୍ୟାଲୋରି ଏଥିରେ କମ୍ ମାତ୍ରାରେ ରହିଥାଏ । ତେଣୁ ଏହି କାରଣ ପାଇଁ ଏହା ଓଜନ କମାଇବା ପାଇଁ ସହାୟକ ହୋଇଥାଏ ।
ଲାଉ ଆଲକାଲାଇନ ଅଟେ । ତେଣୁ ଯେଉଁମାନଙ୍କୁ ଗ୍ୟାସ ଜଳନ ଭଳି ସମସ୍ୟା ରହିଥାଏ ଏବଂ ପେଟରେ ଅଲସର ହୋଇଥାଏ ସେମାନଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳି ହୋଇଥାଏ । ଆପଣଙ୍କୁ ପରିସ୍ରା ଇନଫେକସନ ଥିଲେ, ଲାଉ ଜୁସ ତାହାକୁ ଭଲ କରାଇଥାଏ । ଗ୍ରୀଷ୍ମ ଋତୁରେ ଲାଉ ଜୁସ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଲାଉ ଜୁସ ସାଧାରଣତଃ ଥଣ୍ଡା ହୋଇଥାଏ । ଏହା ଆପଣଙ୍କ ଶରୀରକୁ ଭିତରୁ ଥଣ୍ଡା ରଖିଥାଏ । ଏହାଦ୍ୱାରା ଗରମ ପାଇଁ ହେଉଥିବା ଡିହାଇଡ୍ରେସନର ଆଶଙ୍କା କମ ହୋଇଯାଇଥାଏ ।
ଗୋଟିଏ ଲାଉର ଚୋପା ଭଲ ଭାବରେ ବାହାର କରି ସରୁ ସରୁ କାଟି ତାହାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଧ୍ୟାନ ରଖନ୍ତୁ ଜୁସ କରିବାର ତୁରନ୍ତ ପରେ ଆପଣ ଏହାକୁ ସେବନ କରିବା ଉଚିତ । ପ୍ରତ୍ୟକ ଦିନ ଲାଉ ଜୁସକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଓ ଶେୟାର କରିବା ପାଇଁ ଜମାରୁ ବି ଭୁଲିବେନି । ଧନ୍ୟବାଦ