ସ୍ୱାସ୍ଥ୍ୟ

ଘରେ ହିଁ ଏବେ ବଜାର ଭଳି ଖିସମିସ ବନାଇ ଦେଖନ୍ତୁ… ଅତି ସହଜ ଉପାୟରେ…

ବନ୍ଧୁଗଣ ଖିସମିସକୁ ଆପଣ ମାନେ ଖାଇବାକୁ ନିହାତି ପସନ୍ଦ କରୁଥିବେ । କାରଣ ଏହାର ସ୍ଵାଦ ପ୍ରାୟ ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ଏଥିରେ ଆଇରନ ଭଳି ଅନେକ ଭିଟାମିନ ଓ ମିନେରଲ୍ସ ଭରି ହୋଇ ରହିଥାଏ । ତେବେ ଖିସମିସ ଆମେ ସମସ୍ତେ ମାର୍କେଟରୁ କିଣିକି ଆଣି ଘରେ ଖାଇଥାଉ । ହେଲେ ବନ୍ଧୁଗଣ ଖିସମିସକୁ କିପରି ସହଜ ଓ ସରଲ ଉପାୟରେ ଘରେ ବନାଇପାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ବନ୍ଧୁଗଣ ଘରେ ଖିସମିସ ବନାଇବା ବହୁତ ସହଜ ହୋଇଥାଏ । ଖିସମିସ ସାଧାରଣତଃ ଅଙ୍ଗୁରରୁ ତିଆରି କରାଯାଇଥାଏ । ତେଣୁ ବଜାରରେ ମିଳୁଥିବା ଅଙ୍ଗୁରରୁ ଆପଣଙ୍କୁ କିଛି କିଣିକି ଆଣିବାକୁ ପଡିବ । ତେଣୁ ଆପଣ ଯେତେ ଭଲ ଅଙ୍ଗୁର ନେବେ ଆପଣଙ୍କ ଖିସମିସ ସେତେ ଭଲ ହେବ । ବନ୍ଧୁଗଣ ପ୍ରଥମେ ଏହି ଅଙ୍ଗୁରକୁ ଭଲ ଭାବରେ ଧୋଇ ଦିଅନ୍ତୁ । କାରଣ ଅଙ୍ଗୁରକୁ ସତେଜ ରଖିବା ପାଇଁ ଅନେକ ବ୍ୟବସାୟୀ ମାନେ ଏଥିରେ କିଛି ରାସାୟନିକ ଦ୍ରବ୍ୟର ପ୍ରୟୋଗ କରିଥାନ୍ତି । ତେଣୁ ଏହାକୁ ଅତି କମ ରେ ଦୁଇ ରୁ ତିନି ଥର ଧୋଇଦିଅନ୍ତୁ ।

ଏହା ପରେ ସମସ୍ତ ଅଙ୍ଗୁରକୁ ତାର ପେନ୍ଥାରୁ କାଟି କରି ଅଲଗା କରିଦିଅନ୍ତୁ । ଏହା ପରେ ଚୁଲା ଜଳାଇ ଏକ ପାତ୍ର ରେ କିଛି ପାଣି ନେଇ ଚୁଲା ଉପରେ ରଖି ଗରମ କରନ୍ତୁ । ପାଣି ଗରମ ହୋଇଯିବା ପରେ ସେଥିରେ ସେହି ଅଙ୍ଗୁରକୁ ପକାଇ ଦିଅନ୍ତୁ । ମନେ ରଖନ୍ତୁ ଅଙ୍ଗୁରକୁ ପାଣିରେ ପକାଇବା ପରେ ଏହାକୁ କେବଳ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଗରମ କରିବେ ।

ଗୁଡିକ ଆସି ଉପରେ ଭାସିବାକୁ ଲାଗିବେ ସେତେବେଳେ ଆପଣ ଏହାକୁ ଚୁଲା ଉପରୁ କାଢି ନେବେ । ଏହା ପରେ ସେହି ଅଙ୍ଗୁରକୁ ପାଣିରୁ ଛାଣି କରି ଏକ ପ୍ଲେଟରେ ରଖନ୍ତୁ । ଏହା ପରେ ଏହାକୁ ନେଇ ଖରାରେ ଦୁଇ ଦିନ ଶୁଖାନ୍ତୁ । ତାପରେ ଆପଣଙ୍କର ଖିସମିସ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଘରେ ଖିସମିସ ବନାଇବା ବହୁତ ସହଜ ଅଟେ ।

ଖିସମିସରୁ ଆମକୁ ବିଭିନ୍ନ ପ୍ରକାର ଭିଟାମିନ ସବୁ ମିଳିଥାଏ । ଯେଉଁମାନଙ୍କର ହିମାଗ୍ଲୋବିନ କମ ଅଛି ସେମାନେ ପ୍ରତିଦିନ ଖିସମିସ ଖାଇବା ଉଚିତ । ଖିସମିସରୁ ଆମକୁ ବହୁତ ପରିମାଣରେ ଆଇରନ ମିଳିଥାଏ । ଆଇରନ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ ।

 

ଛୋଟ ପିଲା ମାନଙ୍କୁ ବିଶେଷ କରି ଖିସମିସ ଖାଇବାକୁ ବହୁତ ଭଲ ଲାଗିଥାଏ । ଏଥିସହ ଏହା ତାଙ୍କ ମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button