ସ୍ୱାସ୍ଥ୍ୟ

ରକ୍ତ ବୃଦ୍ଧିଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଜାଣନ୍ତୁ ଶୀତଦିନେ ଗୁଡ଼ ଖାଇବାର ୮ଟି ଫାଇଦା

ଗୁଡ଼କୁ ଚିନି ସବୁଠାରୁ ସୁସ୍ଥ ବିକଳ୍ପ ଭାବରେ ବିବେଚନା କରାଯାଏ । ଗୁଡ଼ରେ ଥାଏ ପ୍ରାକୃତିକ ମିଠା ଯାହା ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ବି ସେମିତି ଲାଭଦାୟକ । ଶୀତଦିନେ ଗୁଡ଼ର ବ୍ୟବହାର ବଢିଯାଏ । ଗୁଡ଼ରେ ପ୍ରୋଟିନ୍, କୋଲାଇନ୍, ବିଟାଏନ୍, ଭିଟାମିନ୍ B12, B6, ଫୋଲେଟ୍, କ୍ୟାଲସିୟମ୍, ଆଇରନ୍, ଫସଫରସ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍, ମାଙ୍ଗାନିଜ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ଅନେକ ତତ୍ତ୍ଵ ଥାଏ । ଅନେକ ଗୁଣକାରୀ ହୋଇଥିବା ହେତୁ ଏହାକୁ ସୁପର ସ୍ବିଟନର ବି କୁହାଯାଏ । ଆସନ୍ତୁ ଜାଣିବା ଏହାର ୮ଟି ଫାଇଦା ବିଷୟରେ …

ଆଜମା ଏବଂ ବ୍ରୋଙ୍କାଇଟିସ୍ ରୋକିବା ପାଇଁ ଗୁଡ଼ ଅତ୍ୟନ୍ତ ଲାଭପ୍ରଦ । ଯେଉଁମାନଙ୍କର ଶ୍ଵାସକ୍ରିୟା ସଂକ୍ରମଣ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଥାଏ, ସେମାନେ ନିଶ୍ଚିତ ଭାବରେ ଗୁଡ଼ ଖାଇବା ଉଚିତ୍ । ରାଶି ସହିତ ଗୁଡ଼ ମିଶାଇ ଖାଇଲେ ଶ୍ୱାସ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ।

ଅଳ୍ପ ପରିମାଣର ଗୁଡ଼ ଓଜନ କମେଇବାରେ ସାହାଯ୍ୟ କରେ । ଗୁଡ଼ ପୋଟାସିୟମର ଏକ ଉତ୍ତମ ଉତ୍ସ ଯାହା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳିତ କରେ, ମେଟାବୋଲିଜିମ୍ ବଢାଏ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ । ଗୁଡ଼ରେ ପୋଟାସିୟମ ସହିତ ସୋଡ଼ିୟମ ବି ଥାଏ ଯାହା ଶରୀରରେ ଏସିଡ୍ ସ୍ତର ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ, ରକ୍ତଚାପର ସ୍ତର ସ୍ୱାଭାବିକ ରହିଥାଏ । ଯେଉଁମାନଙ୍କର ରକ୍ତଚାପ କମ୍ ରୁହେ ସେମାନେ ଗୁଡ଼ ଖାଇଲେ ବହୁତ ଲାଭବାନ ହୁଅନ୍ତି ।

ଥଣ୍ଡା ଏବଂ ଫ୍ଲୁରେ ଗୁଡ଼ ଉପକାରୀ ସାବ୍ୟସ୍ତ ହୁଏ । ଏହା ଶରୀର ଭିତରୁ ଉତ୍ତାପ ଉତ୍ପାଦନ କରେ ଯାହା ଫ୍ଲୁ ସହିତ ଲଢିବାରେ ସହଯୋଗ ମିଳେ । ଅଧିକ ଲାଭ ପାଇଁ ଗରମ କ୍ଷୀର ସହିତ ଗୁଡ଼ ମିଶାଇ ପିଇ ପାରିବେ କିମ୍ବା ଚା’ କଲାବେଳେ ଚିନି ବଦଳେ ଗୁଡ଼ ବ୍ୟବହାର କରିପାରିବେ । ଆର୍ଥ୍ରାଇଟିସ୍ କିମ୍ବା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ଗୁଡ଼ । ଅଦା ସହିତ ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ଏହାର ପ୍ରଭାବ ଶୀଘ୍ର ଦେଖାଯାଏ ।

ଗୁଡ଼ରେ ପ୍ରଚୁର ମାତ୍ରାରେ ସେଲେନିୟମ୍ ଏବଂ ଜିଙ୍କ ପରି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଶରୀରକୁ ଫ୍ରି ରେଡିକାଲ୍ ଏବଂ ସଂକ୍ରମଣରୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ । ଶୀତଦିନେ ତେଣୁ ଗୁଡ଼ ଖାଇବା ଲାଭଦାୟକ ହୋଇଥାଏ । ରକ୍ତହୀନତାକୁ ରୋକିବା ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆରବିସି, ଆଇରନ୍ ଏବଂ ଫୋଲେଟ୍ ଆବଶ୍ୟକ ଯାହା ଗୁଡ଼ରେ ଭରପୁର ପରିମାଣରେ ମହଜୁତ ଥାଏ । ଏହାସହିତ ଗୁଡ଼ ରକ୍ତ ମଧ୍ୟ ସଫା କରେ ।

ମାସିକ ଧର୍ମ ସମୟର ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଗୁଡ଼ ଏକ ପ୍ରାକୃତିକ ଉପଚାର । ଯେଉଁ ମହିଳାମାନଙ୍କର ଏହି ସମୟରେ ମୁଡ୍ ସୁଇଙ୍ଗ୍ ହୁଏ ସେମାନେ ଗୁଡ଼ ଖାଇବା ଉଚିତ୍ । ଗୁଡ଼ ମନୋସ୍ଥିତିକୁ ଭଲ ରଖେ ଏବଂ ଶରୀରକୁ ଆରାମ ଦିଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button