Uncategorized

ବୈଜ୍ଞାନିକଙ୍କ ବଡ଼ ଖୁଲାସା! କ୍ଷୀର ଠାରୁ ଅଧିକ ଲାଭଦାୟକ ଅଟେ ବିୟର୍, ସ୍ୱାସ୍ଥ୍ୟ ପାଇଁ ହିତକର ବିୟର

ସାଧାରଣତଃ ସୁସ୍ଥ ଶରୀର ଏବଂ ହାଡ଼ ଗୁଡିକୁ ଶକ୍ତ କରିବା ପାଇଁ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ, କ୍ଷୀର ପିଇବା ପରିବର୍ତ୍ତେ ଲୋକଙ୍କୁ ବିୟର୍ ପିଇବା ପାଇଁ ଉତ୍ସାହିତ କରୁଛି ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଅଥବା ପେଟା। ପେଟାର ଏଭଳି ଯୁକ୍ତିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।

 

ପେଟା ନିଜ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କହିଛି ଯେ ଯଅ, ବାଜରା, ଗହମ, ଚାଉଳ ଆଦିରୁ ବିୟର୍ ପ୍ରସ୍ତୁତ ହୋଇଥାଏ। ତେଣୁ ଏହି ବିୟରରେ ୯୦ ପ୍ରତିଶତ ପାଣି ସହିତ ଫାଇବର୍‌, କ୍ୟାଲସିୟମ୍‌, ଆଇରନ୍‌ ଭଳି ପୋଷକତତ୍ତ୍ୱ ରହିଥାଏ। କହିବାକୁ ଗଲେ ବିୟର ଶରୀରରେ ଏକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ଭଳି କାର୍ଯ୍ୟ କରିଥାଏ।

ଅନ୍ୟପକ୍ଷରେ କ୍ଷୀର ପିଇବା ଦ୍ୱାରା ମେଦବହୁଳତା, ଡାଇବେଟିସ୍‌ ଓ କ୍ୟାନସର୍‌ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ବଢିଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। କିନ୍ତୁ, ବିୟର ପିଇବା ଦ୍ୱାରା ଏହା ଶରୀରରେ ଭଲ କଲେଷ୍ଟ୍ରଲ୍ ବୃଦ୍ଧି କରିବା ସହିତ ଖରାପ କଲେଷ୍ଟ୍ରଲ୍ କମାଇବାରେ ସାହାଯ୍ୟ କରିଥାଏ। ତେବେ, ବିୟରରେ ଆଲକୋହଲ୍ ଭାଗ ରହୁଥିବାରୁ ଏହାର ମାତ୍ରାଧିକ ସେବନ ଉପରେ ରୋକ ଲଗାଇବା ପାଇଁ ପେଟା ପକ୍ଷରୁ ସଚେତନ କରାଯାଇଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button