ମନୋରଞ୍ଜନ

‘ଡନ୍-୩’ରେ ରଣବୀର ଥିବା ଜାଣି ମୁଁ ଦୀପିକାଙ୍କୁ କାମ ମାଗିଥିଲି, ହେଲେ ସେ କହିଲେ…: କରଣବୀର ବୋହରା – Ibnodisha

[ad_1]

ମୁମ୍ବାଇ: ପୂର୍ବରୁ ଦୁଇଟି ଭାଗରେ କିଙ୍ଗ ଖାନ୍ ଶାହରୁଖ ଡନ୍ ଭୂମିକାରେ ନଜର ଆସିଥିବା ବେଳେ ଏବେ ତୃତୀୟ ଭାଗରେ ରଣବୀର ସିଂହ ଡନ୍ ହେବେ। ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଟିଜରରେ ରଣବୀରଙ୍କ ଧମାକେଦାର ଲୁକ୍ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ କାମ କରିବାକୁ ଇଚ୍ଛା ରଖି ଟେଲି ଅଭିନେତା କରଣବୀର ବୋହରା ଦୀପିକାଙ୍କୁ ମେସେଜ କରିଥିଲେ ବୋଲି କହିଛନ୍ତି।

freepressjournal

ଏକ ସାକ୍ଷାତକାରରେ କରଣ କହିଛନ୍ତି, ‘ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ରଣବୀର ସିଂ ଡନ୍-୩ରେ ଡନ୍ ହେବେ, ସେତେବେଳେ ମୁଁ ଏହି ଫିଲ୍ମରେ କାମ କରିବାକୁ ଇଚ୍ଛା କଲି। ହେଲେ ମୁଁ ରଣବୀରଙ୍କ ବିପକ୍ଷରେ ଖଳନାୟକ ହେବାକୁ ଆଗ୍ରହୀ ଥିଲେ ବି ଫରହାନ ଅଖତର ଏବଂ ତାଙ୍କ ପ୍ରଡକ୍ସନ୍ ହାଉସର କାହାକୁ ଜାଣି ନଥିଲି। ତେଣୁ ମୁଁ ଦୀପିକା ପାଦୁକୋନଙ୍କୁ ମେସେଜ୍ କଲି। ଦୀପିକା ଏବଂ ମୁଁ ପରସ୍ପରକୁ ଜାଣିଛୁ। ହେଲେ, ଆମେ କେବେ ସାକ୍ଷାତ କରିନାହୁଁ। ତେଣୁ ମୁଁ ତାଙ୍କୁ ମେସେଜ୍ କରି ଫିଲ୍ମରେ କାମ କରିବାକୁ ଆଗ୍ରହୀ ଥିବା ବିଷୟରେ କହିଲି। ‌ଏହା ଜାଣି ସେ ମୋ‌ତେ ଉତ୍ତର ଦେଲେ ଯେ, ମୁଁ ତୁମକୁ ଏଭଳି ସାହାଯ୍ୟ କରିପାରିବିନି, ‌ହେଲେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନମ୍ବର ଦେଇପାରିବି। ପରେ ସେ ମୋତେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନମ୍ବର ଦେଇଥିଲେ। ଏହା ପ‌‌ରେ ମୁଁ କାଷ୍ଟିଂ ନିର୍ଦ୍ଦେଶକଙ୍କୁ ମେସେଜ କରି କାମ ମାଗିିଥିଲି। ମୁଁ କରିପାରିବା ଭଳି କିଛି ଚରିତ୍ର ଥିଲେ ନିଶ୍ଚୟ କହିବେ ବୋଲି କହିଥିଲି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button