IBN ଓଡ଼ିଶା ବ୍ୟୁରୋ

ମାଇଣ୍ଡ କୁ ଶାନ୍ତ ରଖିବେ କିପରି, ଆସନ୍ତୁ ଜାଣିବା

ସାଙ୍ଗ କେହିଜଣେ ଭଲ କଥା କହିଥିଲେ ଯେ – ନିୟତ ଅଛି ହୋ ତୋ ଭକ୍ତି ଭି ସଚ୍ଚି ହୋତି ହେ। ଭଗବାନ ହର ହୃଦୟ ମେ ହେ , ଘରମେ କୋଇ ଜରୁରତ ନେହୀ।

ବନ୍ଧୁଗଣ ବେଳେବେଳେ ଆମ ମସ୍ତିଷ୍କରେ ନକାରାତ୍ମକ ଭାବନା ଆସିଥାଏ। ଆମେ ଯେତେ ପ୍ରକାରର ପ୍ରୟାସ କଲେ ମଧ୍ୟ ସେହି ନକାରାତ୍ମକ ଭାବନା ଦୂର ହୋଇ ନଥାଏ। ସେତେବେଳେ ଆପଣ ମାନସିକ ଚାପ ଉପରେ ଧ୍ୟାନ ନଦେଇ ଶାନ୍ତ ରହିବାକୁ ପ୍ରୟାସ କରନ୍ତୁ। କିଛି କାମ ସମୟ ଉପରେ ଛାଡ଼ି ଦିଅନ୍ତୁ। ଅପେକ୍ଷା କରନ୍ତୁ ଦେଖିବେ ଆପଣଙ୍କ ମୁଣ୍ଡ ସ୍ଥିର ହୋଇଯିବ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଚାଲନ୍ତୁ ବନ୍ଧୁଗଣ ସେହି କାହାଣୀକୁ ଶୁଣିବା

ଥରେ ଗୌତମ ବୁଦ୍ଧ ତାଙ୍କର ଶିଷ୍ୟମାନଙ୍କ ସହିତ ପରିଭ୍ରମଣରେ ଯାଇଥିଲେ। ଗୌତମ ବୁଦ୍ଧଙ୍କ ବିଶିଷ୍ଟତା ହେଉଛି ସେ ତାଙ୍କର ଶିଷ୍ୟ ମାନଙ୍କୁ ଭ୍ରମଣ ସମୟରେ କିଛି ନା କିଛି ଶିକ୍ଷା ଦେଇଥାନ୍ତି। ଗୋଟିଏ ଜଙ୍ଗଲ ମଧ୍ୟରେ ଗୌତମ ବୁଦ୍ଧଙ୍କୁ ଅଧିକ ଶୋଷ ଲାଗିଲା। ସେ ଗୋଟେ ଗଛ ମୂଳରେ ବସି ପଡ଼ିଲେ ଏବଂ ତାଙ୍କର ପ୍ରିୟ ଶିଷ୍ୟଙ୍କୁ କହିଲେ ଏହି ଗଛ ଚତୁର୍ପାର୍ଶ୍ଵ ମଧ୍ୟରେ ବୁଲି ଆସ। ଶିଷ୍ୟ ମଧ୍ୟ ତାହା କଲେ। ଗଛର ଚାରିଦିଗରେ ବୁଲି ଆସିବା ପରେ ଗୌତମ ବୁଦ୍ଧ ପଚାରିଲେ କେଉଁ ଦିଗରୁ ଶୀତଳ ପବନ ଆସୁଛି। ଶିଷ୍ୟ ଜଣକ କହିଲେ ଉତ୍ତର ଦିଗରୁ ଶୀତଳ ପବନ ଆସୁଛି। ଗୌତମ ବୁଦ୍ଧ ଶିଷ୍ୟକୁ କହିଲେ ତୁମେ ଉତ୍ତର ଦିଗକୁ ଯାଅ ସେଠାରେ ଜଳାଶୟ ରହିଛି। ସେଠାରେ ଆମ ସମସ୍ତଙ୍କ ପାଇଁ ପାଣି ଧରି ଆସିବ। ଶିଷ୍ୟ ଗୁରୁଙ୍କୁ କଥା ଶୁଣି ତତକ୍ଷଣାତ୍ ସେଠାକୁ ଚାଲିଲେ। କିଛିବାଟ ଗଲାପରେ ଗୋଟେ ପୋଖରୀ ଦେଖିଲେ। ପୋଖରୀ ଦେଖି ଗୁରୁଙ୍କ ଦୂର ଦୃଷ୍ଟିକୁ ସମ୍ମାନ ଦେଲେ ଏବଂ ଶିଷ୍ୟ ପୋଖରୀ ପାଖକୁ ଯାଇ ଦେଖିଲେ ଲୋକମାନେ ସେହି ପୋଖରୀରେ ଲୁଗାପଟା ସଫା କରି ପାଣିକୁ ଅପରିଷ୍କାର କରି ଦେଇଛନ୍ତି। ପୋଖରୀର ଅପରପାର୍ଶ୍ବରେ ଲୋକମାନେ ଗୋରୁଗାଈଙ୍କୁ ଗାଧୋଇ ଦେଉଛନ୍ତି। ଯାହାଫଳରେ ପୋଖରୀର ପାଣି ବହୁତ ଅପରିଷ୍କାର ହୋଇ ଯାଇଥିଲା। ତାହା ପାନୀୟ ପାଇଁ ବିଲକୁଲ ଉପଯୋଗୀ ନଥିଲା। ଏବେ ଶିଷ୍ୟ ଲୋକମାନଙ୍କ ଉପରେ ରାଗିଗଲେ ଏବଂ ପାଣି ନ ଆଣି ଗୌତମ ବୁଦ୍ଧଙ୍କ ପାଖକୁ ଫେରି ଆସିଲେ ଏବଂ ଗୌତମ ବୁଦ୍ଧଙ୍କୁ ସେହି ଲୋକମାନେ ପୋଖରୀ ପାଣିକୁ କିପରି ଅପରିଷ୍କାର କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କଲେ। ଶିଷ୍ୟଙ୍କ କଥା ଶୁଣି ଗୌତମ ବୁଦ୍ଧ ଦେଖିଲେ ଯେ ଶିଷ୍ୟ ବହୁତ ରାଗି ଯାଇଛନ୍ତି। ଏହାପରେ ଗୌତମ ବୁଦ୍ଧ ଶିଷ୍ୟକୁ ଶାନ୍ତ ରହିବାକୁ କହିଲେ। ଗୌତମ ବୁଦ୍ଧ କହିଲେ ଜୀବନରେ ଏଭଳି ସମସ୍ୟା ଅନେକଥର ଆସିବ। ତମେ ଯାହା ଚାହୁଁଥିବ, ତୁମ ଇଚ୍ଛା ଅନୁସାରେ କିଛି ହେଉ ନଥିବ। ତେଣୁ ତମେ ନିଜ ମନ ଉପରେ ଜୋର ନଦେଇ ବୁଦ୍ଧିମାନ ସହିତ ଶାନ୍ତ ରହିବ ଏବଂ ଉଚିତ ସମୟକୁ ଅପେକ୍ଷା କରିବ। କିଛି ସମୟ ପରେ ଗୌତମ ବୁଦ୍ଧ ଶିଷ୍ୟକୁ ସେହି ପୋଖରୀରୁ ପାଣି ଆଣିବାକୁ ପଠାଇଲେ। ଶିଷ୍ୟ ଜଣକ ପୋଖରୀ ପାଖକୁ ଯାଇ ଦେଖିଲେ ପୋଖରୀ ପାଣି ନିର୍ମଳ ହୋଇ ଯାଇଛି। କାରଣ ସବୁ ଅପରିଷ୍କାର ବସ୍ତୁ ପାଣିରେ ତଳ ସ୍ତରକୁ ଚାଲି ଯାଇଛି। ଏବେ ଶିଷ୍ୟ ଜଣକ ସେହି ପାଣିକୁ ଦେଖି ବହୁତ ଖୁସି ହୋଇଗଲେ। ଶିଷ୍ୟ ଜଣକ କଳସୀରେ ପାଣି ନେଇ ଆସିଲେ ଏବଂ ଗୁରୁଙ୍କୁ ପାଣି ପିଇବାକୁ ଦେଲେ। ଗୌତମ ବୁଦ୍ଧ କହିଲେ,ଏବେ ବୁଝି ପାରିଲ ତ କିଛି କାର୍ଯ୍ୟ ସମୟ ହାତରେ ଛାଡ଼ିଦେବା ବୁଦ୍ଧିମାନର କାମ ଅଟେ। କାରଣ ସମୟ ପାଖରେ ଏଭଳି ଶକ୍ତି ରହିଛି ସେ ସବୁ ଅସମ୍ଭବକୁ ସମ୍ଭବ କରିଥାଏ।

ବନ୍ଧୁଗଣ ମୁଁ ଖାଲି ଏତିକି କହିବାକୁ ଚାହୁଁଛି ଜୀବନରେ ଯେତେ ବି-ପଦ ଆସିଲେ ମଧ୍ୟ ବିଚଳିତ ହୁଅନ୍ତୁ ନାହିଁ ,ସମୟକୁ ଅପେକ୍ଷା କରନ୍ତୁ। ଏହି ସମୟ ଆପଣଙ୍କ ଠାରୁ ବହୁତ କିଛି ନେଇଥାଏ। ଏହି ସମୟ ଆପଣଙ୍କୁ ସୁଧ ସହିତ ସବୁକିଛି ଫେରାଇ ଦେଇଥାଏ। କୌଣସି ପରିସ୍ଥିତିରେ ବିଚଳିତ ନହୋଇ ନିଜ ମନକୁ ଶାନ୍ତ ରଖିଲେ ଆପଣଙ୍କୁ ସେହି ସମସ୍ୟାର ସମାଧାନ ସୁନିଶ୍ଚିତ ମିଳିଯିବ। ତେଣୁ ମନକୁ ସବୁବେଳେ ଶାନ୍ତ ରଖନ୍ତୁ। ନିଜ ଉପରେ ବିଶ୍ଵାସ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ନିଜ ଲକ୍ଷ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button