ଏହି ପାଣି ସବୁ ପ୍ରକାର ପିରିୟଡ୍ସ ସମସ୍ଯାକୁ ମାତ୍ର 15 ଦିନରେ ଠିକ କରିବ, ତୁରନ୍ତ କରିବେ ଗର୍ଭଧାରଣ…

ଆପଣ ମାନେ ଜାଣିଥିବେ ରୋଷେଇ ଘରେ ଆମେ ଜିନିଷ ନୀତିଦିନ ବ୍ୟବହାର କରିଥାଉ ସେଥି ମଧ୍ୟରୁ ଏମିତି କିଛି ଜିନିଷ ଅଛନ୍ତି ଯାହାର ପ୍ରୟୋଗ ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା ଯଦି ଆପଣଙ୍କର ଗର୍ଭଧାରଣରେ କୌଣସି ସମସ୍ଯା ରହିଥାଏ ବା ମାସିକ ଧର୍ମକୁ ସମସ୍ଯା ରହିଥାଏ ତାହା ଦୂର ହେବ । ଆମେ ଯେଉଁ ଜିନିଷ ବିଷୟରେ କହୁଛୁ ତାହା ହେଉଛି ପାନମଧୁରୀ ଯାହାକୁ କିଛି ଲୋକେ ଖାଇବା ପରେ ସେବନ କରିଥାନ୍ତି । ଏହା ଛଡା ପାନମଧୁରୀ ପୋର୍ଟିଲିଟି ପାଇଁ ବହୁତ ଫାଇଦା ହୋଇଥାଏ ।
। ଏହା ବ୍ଯତୀତ ପାନମଧୁରୀରେ ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ, କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଯଦି କୌଣସି ମହିଳାର ମାସିକ ଧର୍ମରେ ଅନିୟମିତତା ଦେଖା ଯାଉଥାଏ ତେବେ ସେହି କ୍ଷେତ୍ରରେ ପାନମଧୁରିର ସେବନ କରିବା ଲାଭଦାୟକ ହୋଇଥାଏ । ଏହାର ସେବନ ଦ୍ଵାରା ଆପଣଙ୍କର ମାସିକ ଧର୍ମ ୧୪ ଦିନ ମଧ୍ୟରେ ହୋଇଯିବ । ଏହା ଛଡା ମାସିକ ଧର୍ମ ସମୟରେ ଯେଉଁ ଯନ୍ତ୍ରଣା ହୋଇଥାଏ ବା ରକ୍ତ ଅଧିକ ପଡିଥାଏ ତାହା ମଧ୍ୟ ଠିକ ହୋଇଯିବ ।
କିଛି ମହିଳାଙ୍କର ଶରୀର ଗରମ ହୋଇଥାଏ ଯାହା ଦ୍ଵାରା ମାସିକ ଧର୍ମ ବହୁତ ଜଲ୍ଦି ହୋଇଯାଏ । କିନ୍ତୁ ପାନମଧୁରୀ ଏକ ଛୋଟ ମସାଲା ହୋଇଥିଲେ ଏ ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ । ପାନମଧୁରୀର ସେବନ ଦ୍ଵାରା ଲିଭର କୁ ଡିକ୍ଟସ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ମୋଟାପା କମ କରିବା ପାଇଁ ଚାହୁଁଛନ୍ତି ତେବେ ପାନମଧୁରୀର ସେବନ କରି ପାରିବେ । ଏହା ଛଡା ଗର୍ଭଧାରଣ ପାଇଁ ମଧ୍ୟ ଏହାର ସେବନ କରି ପାରିବେ । ଯଦି ଆପଣଙ୍କର ପିରିଏଡ ହୋଇ ନାହି ତେବେ ଆପଣ ପାନମଧୁରୀର ସେବନ କରିଲେ ଭଲ ହୋଇଥାଏ ।
ଯଦି ଆପଣଙ୍କର ପିରିଏଡ ହୋଇଛି ତେବେ ଆପଣ ପାନମଧୁରୀର ପାଣି ସେବନ କରି ପାରିବେ । ଯଦି ଆପଣଙ୍କୁ ଅଧିକ ଥଣ୍ଡା ଲାଗୁଥାଏ ତେବେ ପାନମଧୁରୀର ସେବନ କରିଲେ ଶରୀରରେ ସନ୍ତୁଳନ ହୋଇଥାଏ । ରାତି ରେ ଶୋଇବା ସମୟରେ ଅଧ ଚାମଚ ପାନମଧୁରୀ ସହ କିଛି ମିଶ୍ରି ମିଶାଇ ଗୋଟେ ଗ୍ଳାସ ପାଣି ରେ ଭିଯାଇ ଦିଅନ୍ତୁ । ସକାଳେ ଯଦି ଆପଣ ଥାଇରଡ ରୋଗୀ ତେବେ ମେଡିସାଇନ ନେବାର ଅଧ ଘଣ୍ଟା ପରେ ଏହି ପାନମଧୁରୀ ଓ ମିଶ୍ରି କୁ ଭଲ ଭାବେ ପେଷ୍ଟ କରି ଏହାର ସେବନ କରି ପାରିବେ । ତେବେ ଏହି ପରି ଭାବେ ପାନମଧୁରୀ ର ସେବନ ଦ୍ଵାରା ଆମ ଶରୀର ରେ ଅନେକ ଫାଇଦା ହୋଇଥାଏ ।