Uncategorized

ଗ୍ରହମାନଙ୍କର ପଡିଥାଏ ଅଶୁଭ ପ୍ରଭାବ, ଯଦି କରନ୍ତି ଏହି ସବୁ କାମ

ଗ୍ରହର ଅଶୁଭ ପ୍ରଭାବ ଯଦି ପଡେ ଜଣେ ବ୍ୟକ୍ତିଙ୍କର ଉନ୍ନତି ହୋଇପାରେ ନାହିଁ। ସମୟ ସମୟରେ ଅନେକ ଅସୁବିଧାର ସମୁଖୀନ ହେବା ପାଇଁ ପଡେ। ଆମେ ଆମ ନିତିଦିନିଆ କାମରେ କିଛି ଏମିତି ଭୁଲ କରିଦେଉ ଯାହା ଦ୍ୱାରା ଗ୍ରହ ଅଶାନ୍ତି ହୋଇ ଆମର ଅମଙ୍ଗଳ ହେଇଥାଏ। ତେବେ ଆମେ ଏହାର ଉପଚାର ପାଇଁ ନିଜ ଦୈନଦିନ ଜୀବନରେ ଅଳ୍ପ କିଛି ଅଭ୍ୟାସକୁ ବଦଳାଇଲେ ଗ୍ରହର କୁପ୍ରଭାଵରୁ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରାଯାଇପାରିବ। ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା।

୧- ଅଯଥାରେ ପାଣି ନଷ୍ଟ କରନ୍ତୁନାହିଁ। ଏହା କରିବା ଦ୍ୱାରା ଚନ୍ଦ୍ରମା ଦୋଷ ବୃଦ୍ଧି ପାଇଥାଏ। ଫଳରେ ଘରର ମହିଳାମାନଙ୍କର ସ୍ୱାସ୍ଥ୍ୟହାନୀ ଘଟିଥାଏ ଏବଂ ଘରର ଅଶାନ୍ତି ବୃଦ୍ଧି ପାଏ।

୨- ଖାଇବା ଖାଦ୍ୟକୁ ନଷ୍ଟ କରନ୍ତୁ ନାହିଁ।ଏହା କରିଲେ ମଙ୍ଗଳ ଓ ଶୁକ୍ର ଗ୍ରହ ଅଶାନ୍ତି ହୋଇଥାନ୍ତି। ଏହା କାରଣରୁ ଘରେ ନାନା ପ୍ରକାରର ବିବାଦ ସୃଷ୍ଟି ହୋଇ ଅନେକ କ୍ଷୟକ୍ଷତି ହୋଇଥାଏ।

୩- ବସିବା ବେଳେ ଗୋଡ଼ ହଲାନ୍ତୁନାହିଁ। ଏମିତି କରିଲେ କୁଣ୍ଡଳୀରେ ଥିବା ବୁଧ ଓ ଶନି ଗ୍ରହ ଅଶାନ୍ତି ହୋଇଥାନ୍ତି । ଏହାର ଫଳ ସ୍ୱରୂପ ଅନେକ ବାଧାବିଘ୍ନର ସମୁଖୀନ ହେବାକୁ ପଡେ।

୪- ବାରମ୍ବାର ପାଦ କୁଣ୍ଡାଇବା ଉଚିତ ନୁହେଁ। ଏହା ଦ୍ୱାରା ଆମ ଜୀବନରେ କେତୁର ଅଶୁଭ ପ୍ରଭାବ ବଢିବାରେ ଲାଗିଥାଏ ଫଳରେ ବ୍ୟକ୍ତିଙ୍କର କାର୍ଯ୍ୟଜୀବନରେ ଅନେକ ବାଧା ଉପୁଜେ।

୫- ଅଯଥାରେ ଅସ୍ଥିର ହେବେନାହିଁ। ଛୋଟମୋଟ କଥାକୁ ନେଇ ଅସ୍ଥିର ହେଇପଡିବା ଆଦୌ ଉଚିତ ନୁହେଁ। ଏହା ଫଳରେ ଗୁରୁ ଏବଂ ବୁଧ ଗ୍ରହର କୁପ୍ରଭାଵ ବୃଦ୍ଧି ପାଇବାରେ ଲାଗେ। ମାନସିକ ଅଶାନ୍ତି ସହ ଦୁଶ୍ଚିନ୍ତା ବୃଦ୍ଧି ପାଏ।

୬- ଅନ୍ୟମାନଙ୍କ କଥାରେ ଦରକାରରୁ ବେଶି ମୁଣ୍ଡ ଖେଳାଇବା ମଧ୍ୟ ଆଉ ଏକ ଗ୍ରହ ଅଶାନ୍ତିକାରୀ ଅଭ୍ୟାସ ଅଟେ। ଏହା ଦ୍ୱାରା ବୃହସ୍ପତି ଅଶାନ୍ତି ହୋଇ ବ୍ୟକ୍ତିଙ୍କ ଉପରେ କୁପ୍ରଭାଵ ପକାଇଥାନ୍ତି ଫଳରେ ବ୍ୟକ୍ତିଙ୍କ ଆୟୁଷ କମିବାର ସମ୍ଭାବନା ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button