IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି କୂଅର ପାଣିରେ ସ୍ନାନ କରିବା ଦ୍ଵାରା ଦୂର ହୋଇଯାଏ ସବୁ ଅସାଧ୍ୟ ରୋଗ

ଲୋକମାନେ ନିଜର ପାପ ଓ ରୋଗ ଦୂର କରିବା ପାଇଁ କିଛି ତୀର୍ଥ ସ୍ଥାନକୁ ଯାଇଥାନ୍ତି । ତୀର୍ଥ ସ୍ଥାନକୁ ଯାଇ ସେଠାରେ ଥିବା ନଦୀ, ପୋଖରୀ କିମ୍ବା କୂଅର ପାଣିରେ ଗାଧୋଇଲେ, ଲୋକମାନଙ୍କର ସମସ୍ତ ରୋଗ ଦୂର ହୋଇଯାଏ । ଆମ ଦେଶରେ ଏମିତି ବହୁତ ତୀର୍ଥ ସ୍ଥାନ ଅଛି ।କିନ୍ତୁ ବହୁତ କମ ଲୋକମାନେ ଭରତକୁପ ତୀର୍ଥ ସ୍ଥାନ ବିଷୟରେ ଜାଣିଥିବେ ଓ ଏହି ସ୍ଥାନରେ ଥିବା ପବିତ୍ର କୂଅ ବିଷୟରେ ମଧ୍ୟ ଜାଣି ନଥିବେ । କୁହାଯାଏ କି ଯଦି ଯେ କୌଣସି ବ୍ୟକ୍ତି ଏହି କୂଅର ପାଣିରେ ସ୍ନାନ କରନ୍ତି ତେବେ ତାଙ୍କର ସବୁ ରୋଗ ପୂରାପୂରି ଭଲ ହୋଇଯାଏ ।

କେଉଁଠି ଅଛି ଏହି କୂଅ

ଏହି ଚମତ୍କାରୀ କୂଅ ଉତ୍ତର ପ୍ରଦେଶର ଚିତ୍ରକୁଟ ପାଖରେ ଅବସ୍ଥିତ ଏବଂ ଏହି ସ୍ଥାନରେ ଏକ ମନ୍ଦିର ମଧ୍ୟ ତିଆରି ହୋଇଛି । ଏଠାରେ ଏକ ଛୋଟ ଗାଁ ଅଛି । ଯେତେବେଳେ ବି ଆପଣ ଏହି ଜାଗାକୁ ଯିବେ ତେବେ ଆପଣଙ୍କୁ ଏହି ଜାଗାରେ ବହୁତ ଲୋକ ଦେଖାଯିବେ, ଯେଉଁମାନେ ଏହି କୂଅର ପାଣିରେ ସ୍ନାନ କରିବା ପାଇଁ ଦୂର ଦୂରରୁ ଆସିଥାନ୍ତି ।

ଏହି କୂଅ କାହିଁକି ପ୍ରସିଦ୍ଧ ଅଟେ

ମାନ୍ୟତା ଅନୁସାରେ ଯେତେବେଳେ ଶ୍ରୀରାମଙ୍କୁ ବନବାସ ପାଇଁ ପଠାଯାଇଥିଲା ସେତେବେଳେ ସେହି ସମୟରେ ଏହି ସ୍ଥାନକୁ ଆସି ଭରତ ରାମଙ୍କୁ ତାଙ୍କ ସହିତ ଯିବା ପାଇଁ କହିଥିଲେ । ଏହା ସହିତ ଭରତ ନିଜ ସହିତ ରାମଙ୍କର ରାଜ୍ୟାଭିଷେକ କରିବା ପାଇଁ ସମସ୍ତ ତୀର୍ଥ ସ୍ଥଳର ପାଣି ମଧ୍ୟ ଆଣିଥିଲେ । କିନ୍ତୁ ରାମ ଭରତଙ୍କ ସହିତ ଯିବା ପାଇଁ ମନା କରିଦେଲେ ।

ଯାହା ପରେ ଭରତ ନିଜ ସହିତ ଆଣିଥିବା ସମସ୍ତ ତୀର୍ଥ ପାଣିକୁ ଏହି କୂଅରେ ହିଁ ଢାଳି ଦେଲେ ଏବଂ ରାମଙ୍କର କଠଉ ନେଇ ନିଜ ରାଜ୍ୟକୁ ଫେରିଗଲେ । ସେଥିପାଇଁ ସେହି ସମୟରୁ ଏହି କୂଅକୁ ଭରତକୂପ ବୋଲି କୁହାଯାଏ । ଏହା ବି କୁହାଯାଏ କି ଯେ କୌଣସି ବି ବ୍ୟକ୍ତି ଏହି କୂଅର ପାଣିରେ ସ୍ନାନ କରିଥାଏ ତା’ର ସବୁ ରୋଗ ଭଲ ହୋଇଯାଏ ।

ମନ୍ଦିର ଭିତରକୁ ଯାଇ ଦର୍ଶନ କରନ୍ତି

ଏହି କୂଅ ବ୍ୟତୀତ ଏଠାରେ ଏକ ମନ୍ଦିର ମଧ୍ୟ ଅଛି, ଯେଉଁଠି ରାମଙ୍କ ସହିତ ସୀତା, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କର ମୂର୍ତ୍ତି ଅଛି ଏବଂ ଯିଏ ବି ଏହି ସ୍ଥାନକୁ ଆସନ୍ତି ସେମାନେ ଏହି ମନ୍ଦିରର ଦର୍ଶନ କରନ୍ତି ଓ ତା, ପରେ କୂଅର ପାଣିରେ ସ୍ନାନ କରନ୍ତି । ଏହି କୂଅର ପାଣିକୁ ଏତେ ପବିତ୍ର ମାନନ୍ତି କି ମକର ସଙ୍କ୍ରାନ୍ତି ଓ ଅମାବାସ୍ୟା ଦିନ ଏହି କୂଅର ପାଣିରେ ସ୍ନାନ କରିବା ପାଇଁ ଲୋକମାନେ ଦୂର ଦୁରାନ୍ତରୁ ଆସିଥାନ୍ତି । ଏହା ପରେ ଲୋକମାନେ ଚିତ୍ରକୁଟ ମଧ୍ୟ ଯାଇଥାନ୍ତି ଓ ସେଠାରେ ମନ୍ଦାକିନୀରେ ସ୍ନାନ କରି ନିଜର ସବୁ ପାପକୁ ଧୋଇ ଦିଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button