IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ସବୁ ଜିନିଷକୁ ଜମାରୁ ବି ଅନ୍ୟକୁ ଗିଫ୍ଟ ସ୍ୱରୂପ ଦିଅନ୍ତୁ ନାହିଁ, ନଚେତ ହୋଇଥାଏ ବହୁତ ବଡ କ୍ଷତି

ବନ୍ଧୁଗଣ ଅନେକ ସମୟରେ ଆମେମାନେ ଆମର ଆତ୍ମୀୟ ସ୍ଵଜନ, ସାଙ୍ଗସାଥି ସବୁ ଲୋକଙ୍କୁ ଉପହାର ସ୍ୱରୂପ ଦେଇଥାଉ । ଜୀବନରେ ଅନେକ ଥର ଏଭଳି ଗିଫ୍ଟ ଦିଆନିଆ କାମ ତ ଚାଲିଥାଏ । ହେଲେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ରହିଅଛି । ଯାହାକୁ ଗିଫ୍ଟ ରୂପେ ଅନ୍ୟକୁ ଦେବା ଉଚିତ ହୋଇନଥାଏ । ନଚେତ ଏପରି କରିବା ଦ୍ଵାରା ବ୍ୟକ୍ତିର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ । ଆମ ମାନଙ୍କୁ ଯାହା ଭଲ ଲାଗିଥାଏ । ତାହାକୁ ଆମେ ଅନ୍ୟକୁ ଗିଫ୍ଟ ଆକାରରେ ଦେଇ ଦେଇଥାଉ । ହେଲେ ଏହି କିଛି ଜିନିଷ ଏପରି ମଧ୍ୟ ଅଛି, ଯାହାକୁ ଗିଫ୍ଟ ଆକାରରେ କାହାକୁ ବି ଦିଅନ୍ତୁ ନାହିଁ ।

 

1- ରୁମାଲକୁ କେବେବି କାହାକୁ ଗିଫ୍ଟ ସ୍ୱରୂପ ଦିଅନ୍ତୁ ନାହିଁ । ନଚେତ ଯାହାକୁ ଆପଣ ରୁମାଲ ଗିଫ୍ଟ ଦେଇଥିବେ । ତାଙ୍କର ଓ ଆପଣଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ଆସିଥାଏ । ଆପଣଙ୍କ ସମ୍ପର୍କ ଖରାପ ମଧ୍ୟ ହୋଇପାରେ ।

2- ଆକ୍ଵାରିଆୟମ କାହାକୁ ମଧ୍ୟ ଗିଫ୍ଟ ଭାବେ ଦିଅନ୍ତୁ ନାହିଁ । ଆଜିକାଲି ବହୁତ ଲୋକ ପାଣିର ସବୁ ଡିଜାଇନ ହେଇଥିବା ଗିଫ୍ଟକୁ ଅନ୍ୟକୁ ଦେଉଛନ୍ତି । ହେଲେ ଏପରି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ । ନଚେତ ଆପଣଙ୍କର ଧନର ହାନୀ ଘଟିଥାଏ ।

3- ଭଗବାନଙ୍କ ଫୋଟ କି ମୂର୍ତ୍ତି କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ । କୌଣସି ପ୍ରକାର ଠାକୁରଙ୍କୁ ଜଡିତ ମୂର୍ତ୍ତି ବା ସୋ’ ପିସ ବସ୍ତୁକୁ କାହାକୁ ବି ଗିଫ୍ଟ ଆକାରରେ ଦେବା ଉଚିତ ହୋଇନଥାଏ ।

4- ଲୁହାର ଜିନିଷ ବା ଧାରୁଆ ଜିନିଷ ଭୁଲରେ ବି କାହାର ଉପହାର ସ୍ୱରୂପ ଦେବା ଅନୁଚିତ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାଇ ଏପରି ଜିନିଷ କାହାକୁ ଗିଫ୍ଟ ରୂପେ ଦେବାର ଅର୍ଥ ଆପଣ ଦୁଇ ଜଣଙ୍କ ପାଇଁ ଏହା କ୍ଷତିକାରକ ଅଟେ । ଏହା ବହୁତ ଅଶୁଭ ଅଟେ । ତେଣୁ ଏପରି ଜିନିଷ କାହାକୁ କେବେ ଗିଫ୍ଟ ରୂପେ ଦିଅନ୍ତୁ ନାହିଁ ।

5- ନିଜ ବ୍ୟବସାୟ ବା ପାଠକୁ ଜଡିତ କୌଣସି ବସ୍ତୁ ଅନ୍ୟକୁ ଉପହାର ସ୍ୱରୂପ ଦେବା ଉଚିତ ହୋଇନଥାଏ । ନଚେତ ଏଥିରେ ଆପଣଙ୍କର ହିଁ କ୍ଷତି ଘଟିଥାଏ । ତେବେ ବନ୍ଧୁଗଣ ଉପୋରୋକ୍ତ ଏହି ଜିନିଷ ଗୁଡିକୁ ଅନ୍ୟ କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button