ଅପରାଧ

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ପୋଲିସ କନଷ୍ଟେବଳ – Ibnodisha

[ad_1]

କଟକ : ଦୁଷ୍କର୍ମ ମାମଲାରେ ଗିରଫ ହେଲେ ପୋଲିସ କନଷ୍ଟେବଳ। ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ଟଙ୍କା ଠକେଇ ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ମହିଳା ଥାନା ପୋଲିସ ପୋଲିସ କନଷ୍ଟେବଳ ହରେକୃଷ୍ଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କନଷ୍ଟେବଳ ବିରୋଧରେ ଆଇପିସି ର ଦଫା ୩୭୬(ବି) ଏନ, ୪୨୦ ଓ ୫୦୬ ଲାଗିଛି। କଟକ ତୁଳସୀପୁର ଚହଟା ନଗର ଅଂଚଳର ଜଣେ ୩୦ ବର୍ଷୀୟା ବିବାହିତା ମହିଳାଙ୍କ ସହ ୨୦୧୩ ମସିହାରୁ ସମ୍ପର୍କ ରଖିଥିଲେ କନଷ୍ଟେବଳ। ପରେ ନିଜେ ବିବାହ କଲା ପରେ ମଧ୍ୟ ଜୈନିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲେ। ସଂପୃକ୍ତ ମହିଳା ଜଣକ ଗର୍ଭବତୀ ହେବା ସହ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଆର୍ଥିକ ସହାୟତା ଦେବା ଲାଗି ମହିଳା ଜଣକ ମହିଳା ଥାନାରେ ଲିଖିତ ଗୁହାରି ପରେ ଅଭିଯୁକ୍ତ କନଷ୍ଟେବଳ ଆର୍ଥିକ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ୱେ ସେ ଆର୍ଥିକ ସହାୟତା ଦେଇନଥିଲେ।  ଏହି ଘଟଣାରେ ମହିଳା ଥାନା ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା ପରୀକ୍ଷା କରିବା ସହ ପୀଡିତାଙ୍କ ସିଆରପିସିର ଧାରା ୧୬୪ ରେ ବୟାନ ରେକର୍ଡ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button