IBN ଓଡ଼ିଶା ବ୍ୟୁରୋ

୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ୍

ମୁମ୍ବାଇ: ଆକ୍ରମଣର ୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ସେବେଠାରୁ ସୈଫ୍ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଥଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ସେ ଘରକୁ ଫେରିଛନ୍ତି।

କୁହାଯାଉଛି ଯେ, ଡାକ୍ତରମାନେ ଖାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ ମଧ୍ୟ ଅଭିନେତାଙ୍କୁ ଆଗାମୀ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ଜିମରେ ବ୍ୟାୟାମ ନକରିବାକୁ ମଧ୍ୟ କହିଛନ୍ତି।

ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ, ସୈଫଙ୍କ ଶରୀରର ୪ଟି ଜାଗାରେ ଗଭୀର ଆଘାତ ଏବଂ ୨ଟି ସାଧାରଣ ଆଘାତ ଲାଗିଥିଲା। ଏହା ବ୍ୟତୀତ ସୈଫଙ୍କ ପିଠିରେ ୨.୫୦ ଇଞ୍ଚର ଛୁରୀର ଖଣ୍ଡ ଫସି ଯାଇଥିଲା। ଯଦି ଛୁରୀଟି ଅଧିକ ଗଭୀରକୁ ଚାଲିଯାଇଥାନ୍ତା , ତେବେ ସୈଫ୍ ପକ୍ଷାଘାତର ଶିକାର ହୋଇଯାଇଥାନ୍ତେ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସୈଫ୍ ଏଥିରୁ ରକ୍ଷା ପାଇଗଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button