ରାଜ୍ୟ

ବିଦ୍ୟୁତ୍ ଆଘାତରେ ଠିକା ସଂସ୍ଥାର କର୍ମଚାରୀ ମୃତ – Ibnodisha

[ad_1]

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବିଡ଼ୋ ଗାଁରେ ବିଦ୍ୟୁତ ଆଘାତରେ ଜଣେ ଠିକା ସଂସ୍ଥାର କର୍ମଚାରୀଙ୍କ ମୃତ୍ୟୁ କ୍ଷ ଏହାକୁ ନେଇ ଢେଙ୍କାନାଳ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି କ୍ଷ ମୃତ କର୍ମଚାରୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ଗଣେଶ୍ୱର ସ୍ୱାଇଁ (୨୬) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସେ ବିଡ଼ୋ ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି ଘରକୁ ବିଦ୍ୟୁତ ସଂଯୋଗ କାମ କରୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ସାଥି କର୍ମଚାରୀମାନେ ତାଙ୍କୁ ନିକଟସ୍ଥ ମେରାମଣ୍ଡଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନ ଥିବାବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ହିନ୍ଦୋଳ ରୋଡ଼ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଏ ନେଇ କୌଣସି ସୂଚନା ନଥିବା ପ୍ରକାଶ କରିଛନ୍ତି । ତେବେ କିଭଳି ଭାବେ ଠିକା ସଂସ୍ଥା ପକ୍ଷରୁ ବିଦ୍ୟୁତ ବିଭାଗର ବିନା ପରାମର୍ଶ ଠିକା ସଂସ୍ଥା ବିଦ୍ୟୁତ ସଂଯୋଗ କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button